ସନ୍ତ୍ରାସବାଦ
ସନ୍ତ୍ରାସବାଦ
ଦେଶ ଆମ ସ୍ୱାଧୀନ
ମନ ବି ସ୍ବାଧୀନ,
ତଥାପି ଆମେ କାହିଁକି??
ଆଜି ଯେ ପରାଧୀନ ।
ନିଜ ଅଧିକାର ସେ
ନ ପାରିଲା ଖୋଜି,
ତେଣୁ ସନ୍ତ୍ରାସବାଦର ଜନମ
ହୋଇଲା ଯେ ଆଜି ।
କାହିଁ କେତେକାଳୁ
ଉତ୍ପନ୍ନ ନଥିଲା ଏ ଶବ୍ଦ,
ତେବେ କାହିଁକି ଏଥିପାଇଁ ଆଜି
ପୂରା ଦେଶ ହୋଇଛି ସ୍ତବ୍ଧ ।
ଅଧିକାର ପାଇଁ ହେଲା
ସଭିଙ୍କର ଯେ ଲଢେଇ,
ସେଥିପାଇଁ ଜୀବନକୁ
ବାଜି ଦେଲେ ଯେ ଲଗେଇ।
ଦୟା, ଧର୍ମ, କ୍ଷମା, ପ୍ରେମ
ମନରୁ ଭୁଲି ତ ଗଲେ,
ହିଁସା,ପ୍ରତିଶୋଧ
ହୃଦୟରେ ଭରିଲେ ।
ଭୟର ତାଣ୍ଡବ ରଚିଲେ
ଦେଶରେ ମୋର ,
ଚାରିଆଡ଼େ ହାହାକାର ଖେଳିଗଲା
ଜନମ ଭୂମିରେ ମୋର। ।
ରକ୍ତର ବନ୍ୟାରେ ନଦୀ
ଦେଶ କୂଳକୁ ଲଙ୍ଘିଲା ,
ଧନ,ଜୀବନ ଆଉ ପ୍ରାଣ
ସବୁ ବୃଥାରେ ଯେ ଗଲା ।
ଦେଶର କୋଣ,ଅଣୁକୋଣରେ
ସନ୍ତ୍ରାସବାଦ ଜନମ ହୋଇଲା,
ଶାନ୍ତି, ସୁଖ ହସ ମନରୁ
ସବୁ ହଜାଇ ତ ନେଲା ।
ପ୍ରେମର ଭାଷାକୁ ସହଜରେ
ଭୁଲି ତ ଗଲା ,
ବନ୍ଧୁକର ଗୋଳା ବାରୁଦ
ଭାଷାରେ କଥା ସେ କହିଲା ।
>
ପ୍ରଗତି, ସମୃଦ୍ଧିର ଯୋଜନା
ନ କରିଲେ ସଫଳ ,
ବାଦ, ବିବାଦ କରି
ସବୁ କରିଲେ ବିଫଳ ।
କାନ୍ଦୁଛି ଭାରତ ମାତା ଆଜି
ଲୁହ ଯେ ଗଡାଇ ,
କେବେ ସରିବ ଏ
ନିଜ ଭିତର ଲଢେ଼ଇ ।
ଭାଇ,ଭାଇ ମଧ୍ୟରେ ହେଲା
କେତେ ଯେ ଲଢ଼େଇ ,
ନିଜ ଅଧିକାର ପାଇଁ
ଯୁଦ୍ଧର ନିଆଁ ଦେଲେ ଜଳାଇ ।
ପ୍ରତିଶୋଧ ନିଆଁରେ
ଜଳିଗଲା ସୁନାର ଦେଶ ,
ଖଣ୍ଡ, ବିଖଣ୍ଡିତ ହୋଇଗଲା
ଭାରତ ମାତାର ସୁନା ବେଶ।
ତର୍କ, ବିତର୍କ, ବାଦ, ବିବାଦରେ
ନ ହେଲା ଯେ ନିଷ୍ପତ୍ତି ,
ଦେଶ ମାତୃକାର କ୍ଷୁର୍ଣ୍ଣ
ହେଲା ସବୁ ତ ସମ୍ପତି ।
ଜାତି,ଧର୍ମ, ଭୁଲି
ଆମେ ଶପଥ କରିବା,
ସନ୍ତ୍ରାସବାଦର ମଞ୍ଜିକୁ
ଉପାଡି ଫିଙ୍ଗିବା ।
ତେବେ ଯାଇ ହସିବ
ଆମ ଭାରତ ମାତା ,
ସୁଖରେ ସବୁ କଟିବେ ଦିନ
ନ କରି ମନେ ବ୍ୟଥା ।
ସଭିଙ୍କୁ ସମାନ ଅଧିକାର
ଆମେ ଯେ ଦେବା ,
ସନ୍ତ୍ରାସବାଦର ଚିନ୍ତା
ମନରୁ ପୋଛି ଦେବା ।
ତେବେ ଯାଇ ହସିବ ଭାରତ
ହସିବ ଏ ଦେଶ ,
ଭାରତ ସନ୍ତାନ ମନରୁ
ଭୁଲି ଯିବେ ସବୁ ଦୁଃଖ, କ୍ଳେଶ ।