STORYMIRROR

suchitra pradhan

Others

3  

suchitra pradhan

Others

ଜନ୍ମଦିନ

ଜନ୍ମଦିନ

1 min
436

ଜନ୍ମଦିନ

ସତରେ ଭାରି ଭଲ ଲାଗେ

ମୋତେ ଆଜିର ଏହି ଦିନ

ମାଆ କୁହନ୍ତି ଆଜି ବହୁତ ଖାସ ଦିନ

କାରଣ ଆଜି ମୋ ଝିଅର ଜନ୍ମଦିନ ।


ବର୍ଷର ଏହି ଗୋଟେ ଦିନ 

କୁଆଡେ ମୋର ଦିନ

କେବଳ ମୋର ହିଁ

ସବୁ ମୋ ପସନ୍ଦ ହୁଏ ସେ ଦିନ


ସତରେ ଭାରି ଭଲ ଲାଗେ 

ମୋତେ ମୋର ଏହି ଜନ୍ମଦିନ 

ବର୍ଷ ଆରମ୍ଭରୁ ମୁଁ ଗଣୁ ଥାଏ ଦିନ

କେବେ ଆସିବ ମୋ ଜନ୍ମଦିନ ।


ବାପା ଆଣିଦିଅନ୍ତି ମୋ ପାଇଁ ନୂଆଁ ଜାମା

ମାଆ ରାନ୍ଧିଦିଅନ୍ତି ମୋ ପସନ୍ଦ ଖାଇବା

ଆଉ ଜେଜେମାଆ ଦିଏ ଢେର ଭଲ ପାଇବା

ଆଉ ଭାଇ ଆଣିଦିଏ ସୁନ୍ଦର ଖେଳନା ।


ବହୁତ ଖୁସିରେ କଟିଯାଏ ଦିନ

ସାଙ୍ଗ ସାଥି ଗହଣରେ ଥାଏ ମନ

ମନେ ମନେ ବହୁତ ଖୁସି ହୁଏ

ପୁଣି କେବେ ଆସିବ ମୋର ଜନ୍ମଦିନ ।


ଆଜି ସେ ସବୁ ସ୍ୱପ୍ନ

ଆଜି ବି ଆସେ ମୋର ସେହି ଦିନ

କିନ୍ତୁ କାହାର ନଥାଏ ମନ

ମୁଁ ପରା କୁଆଡେ ଏବେ ବୋହୁ ।


ମନେ ମନେ ବହୁତ ଖୋଜେ

ଅତୀତର ସେହି ମୋର ଜନ୍ମଦିନ

ଆଜି ସବୁ କିଛି ବଦଳି ଯାଇଛି

କଣ ଆଉ ଫେରିବନି ସେହି ଦିନ ।


କାହିଁକି ସବୁ ବଦଳି ଗଲା

ଭାବିଲେ ମନ ହୁଏ କଲବଲ

ସତରେ ଭାରି ମନେ ପଡେ 

ଅତୀତର ସେହି ଜନ୍ମଦିନ ।








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍