ବର୍ଷା
ବର୍ଷା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବର୍ଷା
ବର୍ଷା ଲୋ ବର୍ଷା ତୁ ଟିକେ ରହିଯା
ମୋ ମନର କଥା ଟିକେ ଶୁଣିଯା ।
ଜନମରୁ ତୋତେ କିଏ କଲା ଲୋ ରାଣୀ
ସଭିଙ୍କ ମନକୁ ତୁ ନେଉଲୋ କିଣି। ।
କି ଯାଦୁ ଜାଣିଚୁ କହି ଯାଲୋ ମତେ
ତୋ ଠାରୁ ପ୍ରିୟାକୁ ଆଣିବି ଲୋ ସତେ ।
ବର୍ଷାରେ ଭିଜିବାକୁ ପ୍ରିୟା ମୋର ହୁଏଲୋ ବାୟାଣୀ
ତୋ ପ୍ରେମରେ ପଡି ସେ ମୋତେ ଭୁଲି ତ ଗଲାଣି।
କାହିଁକି ଲୋ ଏତେ ଫୁଲେଇ ତୁ ହେଉ
ପ୍ରିୟାକୁ ଦେଖି ମୋର ତୁ ଲାଜେଇ ଯେ ଯାଉ ।
ମୋ ପ୍ରିୟା ଆସିବାର ଥିଲା ଆସିଲାନି
ତୋତେ ଦେଖି ମୋ କଥା ଭୁଲି ତ ଗଲାନି।
ଅମାନିଆ ଏ ମନ ଜମା ତ ବୁଝେନା
ପ୍ରିୟାକୁ ଝୁରି ଝୁରି ରାତି ତ କଟେନା ।
ଲୋ ବର୍ଷା ମୋ ପ୍ରିୟାକୁ କହିଯା
ତା ପ୍ରେମରେ ଏବେ ବି ମୁଁ ଭିଜା ।
ବର୍ଷା ପାଣିରେ ସେ ସିନା ଭିଜୁଛି
ତାକୁ ଦେଖିବା ପାଇଁ ଏ ମନ ଚାହିଁଛି ।