STORYMIRROR

suchitra pradhan

Others

3  

suchitra pradhan

Others

ରାକ୍ଷୀ

ରାକ୍ଷୀ

1 min
55


ଭାଇ,ଭଉଣୀ ସମ୍ପର୍କ ପାଇଁ

 ବରଷକେ ପରେ ଆସିଛି ସେ ଧାଇଁ ।


ଗୋଟିଏ ଡୋରିରେ ସମ୍ପର୍କକୁ ବାନ୍ଧିବ

ରାଗ ରୁଷା ସବୁ ମନରୁ ଦୂରେଇ ନେବ।


ରାକ୍ଷୀ ସୂତାର ସମ୍ପର୍କ ବଡ଼ ମଧୁର

ସାନ, ବଡ଼ ନଥାଏ ସୂତା ଡୋରିରେ ତାର।


ଭାଇ ହାତେ ଭଉଣୀ ରାକ୍ଷୀ ବାନ୍ଧିବା ପାଇଁ

ଆଜିର ଦିନକୁ ସେ ଜଗିତ ଥାଇ।


ସବୁ ବିପଦ ଆପଦରେ ରକ୍ଷା କରିବ ଏ ରାକ୍ଷୀ

ପୁରାଣ ଯୁଗରୁ ଏ କଥା ରହିଛି ଯେ ସାକ୍ଷୀ ।


କୁରୁସଭା ତଳେ ପାଞ୍ଚାଳିକୁ ଦେଇ ବସ୍ତ୍ର ଦାନ

ଦୁନିଆକୁ ଜଣାଇଥିଲେ ସୂତା ଖିଅର ମାନ।


ସତରେ ଭାରି ନିଆରା ଏହି ଯେ ଦିନ

ଭାଇ, ଭଉଣୀଙ୍କ ମନ ହୁଏ ଉଛନ୍ନ।


ସବୁଠାରୁ ଅଧିକା ରାକ୍ଷୀର ମୁଲ୍ୟ

ସୁନା, ରୁପା କାହା ସହ ହବନି ସେ ତୁଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍