STORYMIRROR

suchitra pradhan

Romance Others

3  

suchitra pradhan

Romance Others

ସମ୍ପର୍କ

ସମ୍ପର୍କ

1 min
286


  କେମିତି ସମ୍ପର୍କ ତୋର ମୋର

      କେବେତ  ବୁଝି ମୁଁ ପାରେନା,

  କେବେ ନିଜର ଲାଗୁ ତ କେବେ ପର

       ତଥାପି ତତେ ଭୁଲି ହୁଏନା।

  ଇଚ୍ଛା ହୁଏ ବେଳେବେଳେ ହଜିଯିବି

        ମୁଁ ତୋରି ଠାରେ,

   ତଥାପି କାହିଁକି ଡର ଲାଗେ 

       ଏ ଛାତି ଭିତରେ।

    ଆପଣାର କରି ପୁଣି  

       ପର ତୁ କଲୁ ରେ ,

   ଚାଲି ଗଲୁ ହାତ ଛାଡି

        ଏକା ତୁ କରିରେ।

    ଭଲ ପାଇ ତତେ ଭୁଲ ତ କରିନି

        ପଚାରେ ଏହି ମନକୁ ମୋର,

    ନିଜ ଠାରୁ ବୋଧେ ଅଧିକ ଭଲପାଇବା

        ଭୁଲ ଥିଲା ମୋ ଜୀବନର।

    ଆଜି ବି କାହିଁକି ଚାହିଁଚି?

       ଏ ମନ ତୋରି ବାଟକୁ,

    ଯେତେ ବୁଝାଇଲେ ବି ମନ ବୁଝେନା

       ଆଖି ଖୋଜେ ତତେ ଦେଖିବାକୁ।

    ଭାରି ଅବୁଝା ଏ ମନର ବ୍ୟଥା

        କହ କେମିତି ବୁଝେଇବି ତାକୁ?

    ସମ୍ପର୍କ ତୋର ଛଳନା ଥିଲା

        କେମିତି ସହିବ ଏ ହୃଦୟ ତାକୁ।

    ଭୁଲ ତୋର ନା ମୋର ନା ସମୟର

       କିଏ ଦେବ ତା ଉତ୍ତର?

   ସମୟ ହାତରେ ମୁଁ ଛାଡି ଦେଲି

      ସବୁ ପ୍ରଶ୍ନକୁ ମୋର।

   ପାଇବା ଆଶାରେ ସବୁ ମୁଁ

      ହରାଇତ ଦେଲି,

   ଗଢିବା ଆଶାରେ ସବୁ ତୁ

      ଭାଙ୍ଗି ତ ଦେଲୁ।

  ତୋତେ ନେଇ କେତେ ସ୍ୱପ୍ନ 

    ଦେଖିଥିଲା ଏ ଆଖି ମୋର,

  ସ୍ୱପ୍ନ ସବୁ ଆଜି ଲୁହ ହୋଇ 

    ବୋହିଯାଏ ଆଜି ଏ ଆଖିରୁ ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance