STORYMIRROR

suchitra pradhan

Romance

4  

suchitra pradhan

Romance

ଆଜି ବି ମନେ ପଡେ

ଆଜି ବି ମନେ ପଡେ

1 min
316


ବୟସର ଏହି ଅପରାହ୍ନରେ 

ଆଜି ବି ମନେପଡେ

ସେହି ପହିଲି ଫଗୁଣର ପ୍ରଥମ ପ୍ରେମ

ଯୌବନର ସେହି ପ୍ରଥମ ପାହାଚ

ତୁମେ ଦେଇଥିବା ସେଇ ପ୍ରଥମ ଚିଠି ।


ବସନ୍ତ ମଳୟରେ ପ୍ରେମର ଶିହରଣରେ

ଆଜି ବି ମନେ ପଡେ

କୋକିଳର କୁହୁକୁହୁ ତାନ

ଝରା ବଉଳର ସେହି ବାସ୍ନାରେ

ହଜି ଯାଇଥିଲି ମୁଁ ସ୍ୱପ୍ନ ଦୁନିଆରେ ।


ତୁମ ଓଠରେ ଥିବା ସେହି ପ୍ରଥମ ଶବ୍ଦ

ଆଜି ବି ମନେ ପଡେ

ସତରେ ଭାରି ଉଷ୍ଣତା ଥିଲା

ସେହି ତିନୋଟି ଶବ୍ଦ

"ମୁଁ ତୁମକୁ ଭଲ ପାଏ" ।


ଛାତି ଭିତରେ ବୁଣି ଦେଇଥିବା ପ୍ରେମର ବୀଜ

ଆଜି ବି ମନେପଡେ

ସତରେ କେତେ ସୁନ୍ଦର ଥିଲା

ଅତୀତରେ ସେହି ସବୁ ମୁହୂର୍ତ୍ତ

ଯେଉଁଠି ଥିଲେ ତମେ ଆଉ ମୁଁ ।


ନିଜକୁ ହଜାଇଥିଲି ତୁମ ବାହୁ ବନ୍ଧନରେ

ଆଜି ବି ମନେ ପଡେ

ତୁମର ସେହି ପ୍ରଥମ ଆଲିଙ୍ଗନର

ପ୍ରଥମ ସ୍ପର୍ଶରଶିହରଣରେ

ଖେଳି ଯାଇଥିଲା ଅପୂର୍ବ ଆନନ୍ଦ।


ତୁମର ସେହି ନୀଳ ନୟନଆଖି

ଆଜି ବି ମନେ ପଡେ

ଯେଉଁ ଚାହାଣିରେ ମତେ କରିନେଲ ନିଜର

ଆଉ ମୁଁ ଭାସି ବୁଲିଲି 

ସୁନେଲି ସ୍ୱପ୍ନର ସୁନେଲି ଦୁନିଆରେ।


ଯାହା ଦେଖିଥିଲି ମୁଁ ସେଦିନ ତୁମରି ଆଖିରେ 

ଆଜି ବି ମନେ ପଡେ 

ତୁମର ସେହି ମତୁଆଲା ହସ

କଣ ଯାଦୁ ଥିଲା ସେହି ହସରେ

ନିଜକୁ ଟେକିଦେଇଥିଲି ତୁମରି ଠାରେ।


ତୁମର ସେହି ମୁକୁଳା କେଶର

ସେହି ଟୋପା ଟୋପା ପାଣିର ସ୍ପର୍ଶ

ଆଜି ବି ମନେ ପଡେ

ଯାହାର ସ୍ପର୍ଶରେ ପୁଣି ହେଇଯାଉଥିଲି

ତୁମର ସେହି ଦୁଷ୍ଟାମି ପ୍ରେମିକ ।


କି ଯାଦୁ ଥିଲେ ତୁମ ଠାରେ ଜାଣିନି କିନ୍ତୁ

ଆଜି ବି ମନେ ପଡେ

ଅତୀତର ସେହି ପ୍ରେମର ଦିନ

ବୟସ ସହ ବଢି ଚାଲିଛି 

ଆମର ସେହି ପ୍ରେମର ମଧୁର ସମ୍ପର୍କର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance