ରଜ
ରଜ
ବରଷକେ ପରେ ଆସିଛି ରଜ,
ହେବାପାଇଁ ସବୁ ସଜ ବାଜ।
ପାଦରେ ଅଳତା ଆମେ ନାଇବା,
ସାଙ୍ଗ ସାଥି ମେଳେ ମଉଜ କରିବା।
ଖିଲିପାନ ଖଣ୍ଡେ ପାଟିରେ ପକାଇବା,
ପୋଡ ପିଠା ଖାଇ ରଜ ପାଳିବା।
ରଜରେ ଆମେ ଖେଳିବା ଦୋଳି,
ଆମ୍ବ ତୋଟାରେ ହୋଇଣ ମେଳି।
ରଜ ଆଜି ଟିକେ ଫିକା ପଡିଛି,
ସେଥିପାଇଁ ମନ ଉଣା ହେଇଛି।
ଘରେ ରହି ଆମେ ପାଳିବା ରଜ,
ହସ ଖେଳରେ ହେବା ମଉଜ।
ମନରୁ ସବୁ ଦୂର କରିବା ଦରଜ,
ନିଆରା ଢଙ୍ଗରେ କରିବା ରଜ ।
