STORYMIRROR

suchitra pradhan

Classics Others Children

3  

suchitra pradhan

Classics Others Children

ରଜ

ରଜ

1 min
69

ବରଷକେ ପରେ ଆସିଛି ରଜ,

ହେବାପାଇଁ ସବୁ ସଜ ବାଜ।

ପାଦରେ ଅଳତା ଆମେ ନାଇବା,

ସାଙ୍ଗ ସାଥି ମେଳେ ମଉଜ କରିବା।


ଖିଲିପାନ ଖଣ୍ଡେ ପାଟିରେ ପକାଇବା,

ପୋଡ ପିଠା ଖାଇ ରଜ ପାଳିବା।

ରଜରେ ଆମେ ଖେଳିବା ଦୋଳି,

ଆମ୍ବ ତୋଟାରେ ହୋଇଣ ମେଳି।


ରଜ ଆଜି ଟିକେ ଫିକା ପଡିଛି,

ସେଥିପାଇଁ ମନ ଉଣା ହେଇଛି।

ଘରେ ରହି ଆମେ ପାଳିବା ରଜ,

ହସ ଖେଳରେ ହେବା ମଉଜ।


ମନରୁ ସବୁ ଦୂର କରିବା ଦରଜ,

ନିଆରା ଢଙ୍ଗରେ କରିବା ରଜ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics