ଅନ ଲାଇନ ପଢ଼ା
ଅନ ଲାଇନ ପଢ଼ା

1 min

99
ଆଜି କାଲି ପାଠ ସବୁ ରହିଗଲା
ଫେସବୁକ,ସୋସିଆଲ ମିଡିଆରେ ।
ହାତରେ ମୋବାଇଲ ଧରି ପିଲା ପଢିଲେ
ପାଠ ଅନ ଲାଇନରରେ
ମୋ ପାଇଁ ଏ ପଢ଼ା ଭାରି ତ ବିଜାର
ଏ ବୁଢା ବୟସରେ ଦୁଃଖ ମୋର ।
ହାତ ମୋର ଥରୁଥାଏ ଫୋନ ଧରି
ଅନ ଲାଇନ ପଢ଼ା ପାରିବି କିପରି ।
ପାଠ କେମିତି ପଢ଼ାଇବି ମୁହିଁ
ରାତିରେ ମୋତେ ନିଦ ତ ଆସେ ନାହିଁ।
ଭାବି ଭାବି ରାତି ପାହିତ ଥାଏ
ତଥାପି ସମାଧାନ ନ ହୋଇଥାଏ।
ଅନଲାଇନ ପଢା ମନକୁ ନ ପାଏ
ପିଲାଙ୍କର ମୁହଁ ଭଲ ନ ଦେଖା ଯାଏ ।
ଭାବର ଆଦାନ ପ୍ରଦାନ ନ କରିପାରେ
ମନ ଦୁଃଖରେ ଦିନ କଟି ଯାଏ ମୋର।