STORYMIRROR

suchitra pradhan

Inspirational Others

3  

suchitra pradhan

Inspirational Others

ଶପଥ

ଶପଥ

1 min
11.8K


ଆସ ଆଜି ଆମେ ଶପଥ ନେବା,

କରୋନାର ମୁକାବିଲା କରିବା।

ସରକାରଙ୍କ ନିୟମ ମାନି ଚଳିବା,

ଅଯଥାରେ ଘରୁ ଆମେ ନ ବାହାରିବା।

ମାସ୍କ ବ୍ୟବହାର ସବୁବେଳେ କରିବା,

କରୋନାକୁ ଆମେ ଦୁରେଇ ଦେବା।

ଅତି ଦରକାରୀ ବେଳେ ଯେବେ ବାହାରକୁ ବାହାରିବା,

ମୁହଁରେ ମାସ୍କ, ହାତେ ସାନିଟାଇଜର ନିଶ୍ଚେ ଧରିବା।

ସାମାଜିକ ଦୂରୋତ୍ୱକୁ ପ୍ରାଧାନ୍ୟ ଦେବା,

ଠେଲା ପେଲା ନହୋଇ ଦୁରତାକୁ ରକ୍ଷା କରିବା।

ହେଣ୍ଡ ସେକ, କୋଳାଗ୍ରତକୁ ଭୁଲିତ ଯିବା,

ନମସ୍କାର କରି ଅତିଥିଙ୍କୁ ସ୍ୱାଗତ ଜଣାଇବା।

କରୋନା ଏକ ମହାମାରୀଟି ଜାଣ,

ଜର, ଥଣ୍ଡା କାଶ ପ୍ରାଥମିକ ଲକ୍ଷଣ।

କରୋନାକୁ ସିନା ଘୃଣା କରିବା,

କରୋନା ରୋଗୀର ମନବଳକୁ ଦୃଢ କରିବା।

ବାହାରୁ ଘରକୁ ଆସିବା ଯେବେ,

ସାବୁନରେ ହାତ ମୁହଁ ଧୋଇବା ତେବେ।

ଏ ସବୁ କଥା ମନେ ରଖିବା,

କରୋନା ଠୁ ଆମେ ନିଶ୍ଚେ ଜିତିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational