STORYMIRROR

suchitra pradhan

Abstract Others

3  

suchitra pradhan

Abstract Others

ମନର କଥା

ମନର କଥା

1 min
165

ତୁ ତ ଗାଧେଇବାର ଥିଲା ସୁନା କୂଅ ପାଣିରେ

ହେଲେ କାହିଁ ଗାଧେଇ ଗଲୁ ରକ୍ତର ନଦୀରେ 


ତୁ ପରା ଜଗତର ନାଥ ଜଗନ୍ନାଥ 

ପତ୍ର ବି ହଲେନି ତୋରି ବିନା 


କାହିଁକି ଛୁଟେଇ ଦେଲୁ ରକ୍ତର ନଦୀ

ଛଡେଇ ନେଲୁ ଆପଣର ମଣିଷକୁ


ତୋତେ ବି କଷ୍ଟ ହେଲା କି?

ତୋ ଆଖିରୁ ଲୁହଆସିଗଲା କି?


ତୋ ଲୁହ ଭକତକୁ ଦେଖିଇ ପାରିବୁନି?

ନା ଭକତର ଲୁହ ତୁ ଦେଖି ପାରିଲିନୁ?


ଚାଲି ଗଲୁ ଭକତ ଠାରୁ ଦୂରେଇ

ରହିଗଲୁ ଅନ୍ଧାରୀ କୋଠରୀ ଭିତରେ ତୁହି 


ବୋଧେ ତୁ ଜାଣିଥିଲୁ ଆଗରୁ

ଏମିତି କିଛି ଘଟିଯିବ ବୋଲି


କାହା ପ୍ରଶ୍ନର ଉତ୍ତର ତୋ ପାଖେ ନଥିଲା

ସେଥିପାଇଁ ବାଛିନେଲୁ ତୁ ମୂକ ହେବାର ରାସ୍ତା


ମାଆ ଖୋଜୁଥିଲା ତା ପୁଅକୁ

ସ୍ତ୍ରୀ ଖୋଜୁଥିଲା ତା ସ୍ୱାମୀକୁ


ଭାଇ ଖୋଜୁଥିଲା ଭଉଣୀକୁ

ବାପା ଖୋଜୁଥିଲା କୁନି ଝିଅକୁ


ଏତେ ସବୁ ପ୍ରଶ୍ନ ଉତ୍ତର କଣ ବା ଦେଇଥାନ୍ତୁ

ସେମାନଙ୍କୁ କେମିତି ବୁଝେଇ ପାରିଥାନ୍ତୁ 


ଜର ବହାନା କରି ଚାଲି ଗଲୁ

ଭକତ ଠୁ ଦୂରେଇ


ରହିଗଲୁ ଅନ୍ଧାରୀ କଠୋରୀରେ 

ଅଚିନ୍ତା ନିଦରେ ଶୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract