ବୋଇତ ବନ୍ଦାଣ
ବୋଇତ ବନ୍ଦାଣ
ଶୀତ ସକାଳର ମୁକ୍ତା ତୁମେ ଗୋ
ତୁମେ ପୂର୍ଣ୍ଣିମାର ଇନ୍ଦୁ
କା ଆଖିରେ ତୁମେ ସପନ ସାଜିଛ
କା ଆଖିରେ ଲୁହ ବିନ୍ଦୁ ।
ତୁମକୁ ପାଇଛି ପାଶେ ମୁହିଁ
ପର କି ଆପଣା ବୁଝେ ନାହିଁ
ଆ କା ମା ବୈ ଧର୍ମ ନାଆ ରେ
ଉଜେଇ ଦେଇଛି ପାପ ମୁହିଁ ।
ଆମରି ସଂସ୍କୃତି ଆମ ଇତିହାସ
ଗାଏ ଅତୀତ ର ଗାଥା
କେଡେ ସୁନ୍ଦର ମୋ ଉତ୍କଳ ଭୂମି
ତା ଚରଣେ ଲୋଟେ ମୋ ମଥା ।
ସାଧବ ଙ୍କ କଥା ବୋଇତ ବନ୍ଦାଣ
ନୀତି ନିୟମ ଚଳଣି
ପାଳୁଛି ପୁଜୁଛି ଆମ ଏ ଓଡ଼ିଆ
ପ୍ରଥା ସୁମରଣା କରି ।
