Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandan Sahu

Classics Inspirational Others

4.0  

Chandan Sahu

Classics Inspirational Others

ଶୀତ ଆଉ ଏଣ୍ଡୁଅ

ଶୀତ ଆଉ ଏଣ୍ଡୁଅ

1 min
396


ଶୀତ ଆସୁଛି ଆସୁ ମୋର କି ଯାଏ ଆସେ l

ପାଳ ଗଦା ପରା ମୋ ରାଜଉଆସ 

ନିଶ୍ଚିନ୍ତେ ଏଥି ମୁଁ ହସେ ,

ଶୀତ ଆସୁଛି ଆସୁ ମୋର କି ଯାଏ ଆସେ ....


ଦେହ ଥରଥର ବୃଦ୍ଧ ମଣିଷ

ନିଆଁ ପାଶେ ଯାଇ ବସେ ,

ନବ ଜନ୍ମିତ କଅଁଳ ଶିଶୁଟି

ମାଆର କୋଳରେ ହସେ ।

ଶୀତ ଆସୁଛି ଆସୁ ମୋର କି ଯାଏ ଆସେ....


ଗଗନରେ ମେଘ ଭାସିଲା ପରୟେ

ଭୂ ଭାଗେ କୁହୁଡି ଭାସେ ,

ଶିଶିର ବିନ୍ଦୁରେ ରବି ରଶ୍ମି ପଡ଼ି

ମୁକ୍ତା ପରିକା ଦିଶେ ।

ଶୀତ ଆସୁଛି ଆସୁ ମୋର କି ଯାଏ ଆସେ....


ସୁନେଲି ରଙ୍ଗରେ ଧାନ ଶସ୍ୟ ଖେତ 

କେତେ ସୁଶୋଭିତ ଦିଶେ ,

ସ୍ଵର୍ଗପୁର ଛାଡ଼ି ସତେ କି ଚନ୍ଦ୍ରମା

ଅବନୀକୁ ଖସି ଆସେ ।

ଶୀତ ଆସୁଛି ଆସୁ ମୋର କି ଯାଏ ଆସେ....

ଶୀତ ଆସୁଛି ଆସୁ ମୋର କି ଯାଏ ଆସେ ।



Rate this content
Log in

Similar oriya poem from Classics