Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandan Sahu

Inspirational Children

4.0  

Chandan Sahu

Inspirational Children

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
232


ଗୁରୁ କୁଳର ବିଦ୍ୟାର୍ଥୀଟିଏ ମୁଁ 

ପାଠ ପଢ଼ା ମୋର କର୍ମ  

ପିତା ମାତା ଆଉ ଗୁରୁଜନ ସେବା

ଅଟଇ ପରା ମୋ ଧର୍ମ ।


ଚରିତ୍ର ଅଟଇ ମୋର ରୂପ ଗୁଣ

ଏକାଗ୍ରତା ମୋର ମନ  

ଭଲ କାମେ ସଦା ଲଗାଇବି ଲୟ

କରିବିନି ଅଭିମାନ ।


ପାଠପଢ଼ି ଦିନେ ହେବି ମୁଁ ସ୍ୱାକ୍ଷର

ହେବି ବଡ଼ ଅଫିସର  

ଯବାନ ହୋଇ ମାନ ମୁଁ ରଖିବି

ଏଇ ମୋ ମାଟି ମାଆର ।


ଜ୍ଞାନୀ ଜନଙ୍କଠୁ ଜ୍ଞାନ ଅରଜିବ

ଅଜ୍ଞାନଙ୍କୁ ବିତରିବି  

ଦୁଃଖୀ ରଙ୍କି ସେବା ପରହିତ ପାଇଁ

ଜୀବନ ମୋ ସମର୍ପିବି ।


ବୟୋଜ୍ୟେଷ୍ଠ ଜନେ କରିବି ସମ୍ମାନ

ଛୋଟମାନଙ୍କୁ ଆଦର  

ସଭିଙ୍କୁ ଦେଖିବି ସମ ଦୃଷ୍ଟି ଦେଇ

ସଭିଏଁ ମୋ ଆପଣାର ।


ପାଠପଢ଼ି ଦିନେ ରଖିବି ମୁଁ ମାନ

ମୋ ପୂଜ୍ୟ ବାପା ମାଆର  

ତେବେ ଏକା ସିନା ସାର୍ଥକ ହେବ 

ଏ ଛାତ୍ର ଜୀବନ ମୋର ।



Rate this content
Log in

Similar oriya poem from Inspirational