ଦେଖାହେଲା ପରେ
ଦେଖାହେଲା ପରେ
ଦୀର୍ଘଦିନ ପରେ ହଠାତ୍
ଯେବେ ତୁମକୁ ଦେଖିଲି
ଆଖି ଆଉ ଫେରିଲାନି ତୁମ ପାଖରୁ
ବାସ୍ ତୁମକୁ ହିଁ ଚାହିଁ ରହିଥିଲି ମୁଁ..
ଅବାକ୍ ହୋଇ..।
ଚାହିଁ ରହିଥିଲି ତୁମ ଓଠର ସେଇ
ଖିଲି ଖିଲି ହସକୁ ।
ଚାହିଁ ରହିଥିଲି ତୁମର ସେ
ମୁକୁଳିତ ଲମ୍ବା କେଶକୁ..
ପବନ ସୁଅରେ ସତେ ଯେମିତି
ଦୋହଲି ଦୋହଲି ଆହୁରି
ଲମ୍ବା ହୋଇ ଯାଉଥିଲା ।
ତାରି ଭିତରେ ତୁମର
ଗୋଲ ମୁହଁଟି
ସୂର୍ଯ୍ୟମୁଖୀ ଫୁଲ ପରି
ଝଲସି ଉଠୁଥିଲା ।
ପାଟି ମୋର ବିଚଳିତ ହେଉଥିଲା
ତୁମ ସହ ଦି ପଦ କଥା ହେବାକୁ ..।
କିନ୍ତୁ ତମର ସେ କଲା କଲା
ଆଖି ଦୁଇଟା ମୋତେ
ଭୟ ଦେଖାଉଥିଲେ ।
ଅନେକ ସମୟ ପରେ
ସାହସ ଯୁଟାଇ ପଚାରିଲି
କେମିତି ଅଛ ।
ତମର ସେ ପ୍ରତିତ୍ତ୍ୟୁର 'ଭଲ'କୁ
ଶୁଣି ମନେ ମନେ ଖୁସି ଅନୁଭବ କରୁଥିଲି ।
ତମର ସେ କିଛି ପ୍ରଶ୍ନରୁ
ସ୍ପଷ୍ଟ ଜଣାପଡ଼ୁଥିଲା ଆଜି ମଧ୍ୟ ମତେ
ମନେ ରଖିଛ ବୋଲି ।

