ଗୁରୁ
ଗୁରୁ
ନଥିଲା ଅସ୍ତିତ୍ବ ପରିଚୟ ମୋର
ଥିଲି କଞ୍ଚା ମାଟି ପରି ,
ସୁନ୍ଦର ଆକୃତି ଦେଇ ଗଢ଼ିଦେଲ
ଜୀବନ୍ୟାସ ଦେଲ ଭରି ।
ନଥିଲା ତ ବୁଦ୍ଧି ନଥିଲା ତ ଜ୍ଞାନ
ଥିଲି ଅଜ୍ଞାନ ଅନ୍ଧାରେ ,
ମୋ ଜୀବନେ ରଶ୍ମି ଭରିଦେଲ ତୁମ୍ଭେ
ଦିବ୍ୟଜ୍ଞାନ ପ୍ରଦୀପରେ ।
ତୁମ୍ଭେ ଅଟ ବ୍ରହ୍ମା ତୁମ୍ଭେ ଅଟ ବିଷ୍ଣୁ
ତୁମ୍ଭେ ହିଁ ତ ମହେଶ୍ୱର ,
ମୋର ନମସ୍କାର ଘେନ ଗୁରୁଦେବ
ଆଶିଷ ପ୍ରଦାନ କର ।
