STORYMIRROR

Chandan Sahu

Classics Inspirational Children

3  

Chandan Sahu

Classics Inspirational Children

ଗୁରୁ

ଗୁରୁ

1 min
184

ନଥିଲା ଅସ୍ତିତ୍ବ ପରିଚୟ ମୋର 

ଥିଲି କଞ୍ଚା ମାଟି ପରି ,

ସୁନ୍ଦର ଆକୃତି ଦେଇ ଗଢ଼ିଦେଲ

ଜୀବନ୍ୟାସ ଦେଲ ଭରି ।


ନଥିଲା ତ ବୁଦ୍ଧି ନଥିଲା ତ ଜ୍ଞାନ 

ଥିଲି ଅଜ୍ଞାନ ଅନ୍ଧାରେ ,

ମୋ ଜୀବନେ ରଶ୍ମି ଭରିଦେଲ ତୁମ୍ଭେ

ଦିବ୍ୟଜ୍ଞାନ ପ୍ରଦୀପରେ ।


ତୁମ୍ଭେ ଅଟ ବ୍ରହ୍ମା ତୁମ୍ଭେ ଅଟ ବିଷ୍ଣୁ 

ତୁମ୍ଭେ ହିଁ ତ ମହେଶ୍ୱର ,

ମୋର ନମସ୍କାର ଘେନ ଗୁରୁଦେବ 

ଆଶିଷ ପ୍ରଦାନ କର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics