ତୁମେ ମୋ ଭରସା
ତୁମେ ମୋ ଭରସା
ମଣିଷ ଜନମ ଦେଇଛ ହେପ୍ରଭୁ
ମରଣ ଶୀଳ ଜଗତେ
ସୁଖର ଦୁଃଖର ପସରା ମେଲିଛ
ସହିବି ଅଵା କେମତେ ।
ଆଶା କଳପନା ଅନ୍ତରେ ଦେଇଛ
ତାହାରତ ଶେଷ ନାହିଁ
ପୂର୍ଣ୍ଣତାର ନାମ ଧରେନା ତ ସିଏ
ଶାନ୍ତି ର ନାମ କାହିଁ ।
ଭରଣ ପୋଷଣ ଶବ୍ଦଟା ଜଟିଳ
ଆଶାନ୍ତିର ଝଡ଼ଵହେ
କାହାରି ଚାହିଦା ପୂର୍ଣ୍ଣ ନହୋଇଲେ
ଅଭିମାନ ରୋଷ ସହେ ।
ତଥାପି ତୁମକୁ ଭରସା କରିଛି
ପୂର୍ଣ୍ଣ କରିଵ ମୋଆଶା
ତୁମେ ମୋ ପିଅର ଅଟ ମହାପ୍ରଭୁ
ନକର ମୋତେ ନିରାଶା ।