ତୁମେ ହିଁ ପରମ ତତ୍ତ୍ୱ
ତୁମେ ହିଁ ପରମ ତତ୍ତ୍ୱ


ଆହେ ଜଗନ୍ନାଥ ହେ ପରମ ତତ୍ତ୍ୱ
ତୁମେ ହିଁ ଆତ୍ମା ସନାତନ
ତୁମେ ଜଗନ୍ନାଥ ଅମୃତର ତତ୍ତ୍ୱ
ତୁମେ ହିଁ ସର୍ବତ୍ର। ଆସିନ ।
ତୁମେ ପଞ୍ଚତତ୍ତ୍ଵ ପଚିଶି ପ୍ରକୃତି
ତୁମେ ଆଦିରସ ଅନନ୍ତ
ତୁମେ ତ ଅଜିତ ଅଜର ଅମର
ତୁମେ ଅଲୈ।କିକର ତତ୍ତ୍ୱ ।
ତୁମେ ସର୍ବ ଗୁଣେ ଵିଭୁବିଭୁଷିତ
ସରଵ ଜୀବରେ ସ'ସ୍ଥିତ
ତୁମେ ଈଶ୍ବରୀୟ ଗୁଣରେ ଗୁଣିତ
ଅଵ୍ୟକ୍ତ ଅନନ୍ତ ଶାଶ୍ବତ ।
ତୁମେ ହିଁ ଅନାଦି ପୁରୁଷ ଉତ୍ତମ
ସଦା ପ୍ରସନ୍ନଚିଦାନନ୍ଦ
ତୁମେ ଅବିନାଶୀ ଵିକାରଵିହୀନ
ତୁମେ ହିଁ ସ୍ଵରୂପା ଆନନ୍ଦ ।