STORYMIRROR

Suchitra Parida

Others

3  

Suchitra Parida

Others

ଉଚ୍ଚା ଉଡୁ ଆମ ତ୍ରିରଙ୍ଗା

ଉଚ୍ଚା ଉଡୁ ଆମ ତ୍ରିରଙ୍ଗା

1 min
171


ବାଆସ୍ତରୀ ତମ ସାଧାରଣତନ୍ତ୍ର ଦିବସ ପାଳିତ କରିବା ଆମେ 

ଉଡାଇ ତ୍ରିରଙ୍ଗା ବନ୍ଦେ ମାତରମ୍ ଗାଇ ଆନନ୍ଦ ଉଲ୍ଲାସେ 

ଭାରତ ମାତାର ଜୟକାର କରିବା ।

ଆମେରେ ଆମେ ଦେଶର ରକ୍ଷକ 

ଆମେରେ ଆମର ଶାସକ 

ଆମେରେ ଗଢିବା ସୁନାର ଭାରତ 

ଆସରେ ସଭିଏ ନେବା ଶପଥ ।

ଆମ ସମ୍ବିଧାନର ସମ୍ମାନ ରଖିବା 

ଶାନ୍ତି ମୈତ୍ରୀ ବାର୍ତ୍ତା ବିଶ୍ୱକୁ ଦେବା 

ବିଜ୍ଞାନ ଦର୍ଶନେ ଭଗବତ ଜ୍ଞାନେ 

ସତ୍ୟ ବାରତା ସଭିଙ୍କୁ ଦେବା ।

ଆମରି ପଥରେ ଯେ ବାଧକ ହେବ 

ତାକୁ ପଦାନତ କରିଦେବା 

ଭାରତ ମାତାର ଯଶ ଗୌରବକୁ 

ସଦା ଅକ୍ଷୁର୍ଣ୍ଣ ରଖିବା ।

ଆମେରେ ସଭିଏ ଏକ ହୋଇ ସଦା

ଲାଗିବା ଦେଶ ସେବାରେ  

ସତ୍ୟ ଶାନ୍ତି ମୈତ୍ରୀ ବାସ୍ନାରେ

ବିଶ୍ୱକୁ ମହକାଇ ଦେବା ।

ସାଧାରଣତନ୍ତ୍ର ଦିବସରେ ଆମେ 

ସଗର୍ବେ ଉତ୍ସବ ପାଳିବା

ମାତୃଭୂମିର ଉନ୍ନତି ପାଇ ସଦା 

ମିଳିମିଶି କାମ କରିବା ।

ଅନୀତିର ବୃକ୍ଷ ଛେଦିତ କରିବା

ସୂତାର ଧ୍ଵଜା ଉଡାଇବା 

ଏକତା ରଜ୍ଜୁରେ ବନ୍ଧା ହୋଇଆମେ ଦେଶ ମାଆ ସେବା କରିବା ।

ବନ୍ଦେ ମାତରମ୍  ବନ୍ଦେ ମାତରମ୍ 

ବନ୍ଦେ ମାତରମ୍ ବନ୍ଦେ ମାତରମ୍ ।।



Rate this content
Log in