STORYMIRROR

Suchitra Parida

Others

3  

Suchitra Parida

Others

ମୋ ସ୍ମୃତିରେ ମୋ ଗାଁ

ମୋ ସ୍ମୃତିରେ ମୋ ଗାଁ

1 min
171


ମୋ ଗାଁ ମାଟି ମୋ ପାଇ ସରଗ

ଅଭୁଲା ସେ ମୋ ପାଇ 

ତାହାର ଚରଣ କୁଳୁକୁଳୁ ନାଦେ 

ବ୍ରାହ୍ମଣୀ ନଦୀ ଦିଏ ଧୋଇ ।

ମୋ ଗାଁର ମନୋରମ ପରିବେଶ 

ଅଭୁଲା ରହିଛି ମନେ

ସବୁଜିମାରେ ସଦା ତା ଅଙ୍ଗ ଶୋଭିତ 

ଜନ ମାନସକୁ ହରେ ।

ଛତିଶ ପାଟକ ତା କୋଳେ ଅଛନ୍ତି 

ଆନନ୍ଦେ କରନ୍ତି ବାସ

ଏକତ୍ର ହୋଇଣ ପର୍ବ ଉଚ୍ଛବ ପାଳନ୍ତି

ଆସିବେ ହୋଇ ଉଲ୍ଲାସ ।

ମୋ ଗାଁ ସଂସ୍କୃତି ଭାଇଚାରା ପ୍ରୀତି 

ଏକତାର ବାର୍ତ୍ତା ଦିଏ

ସମତାର ଭାବ ସଭିଙ୍କୁ ଛୁଇଁଛି

ସ୍ନେହର ବାସନା ଥାଏ ।

ମୋ ଗାଁ ସଂସ୍କୃତି ପରମ୍ପରା ନୀତି 

ଶାନ୍ତି ମୈତ୍ରୀ ଗୀତ ଗାଏ

ତାର ପ୍ରତିଛବି ହୃଦୟେ ବିରାଜି

ବିମୋହିତ କରିଥିଲେ ନିଏ ।

 



Rate this content
Log in