STORYMIRROR

Suchitra Parida

Classics

2  

Suchitra Parida

Classics

ହେ ଆର୍ଯ୍ଯ

ହେ ଆର୍ଯ୍ଯ

1 min
58

ସକଳ ପୁରାଣେ ତୁମେ ଜଗନ୍ନାଥ 

ଦେଖୁଛ ସକଳ କର୍ମ 

ବିବେକ ବୁଦ୍ଧି ଭରିତ ଦେଇ

କରିବାକୁ ନିଜ ଧର୍ମ ।।

 ମାନବ ଜୀବନ ଦୁର୍ଲଭ ଜୀବନ 

ସକଳ ଜୀବନରେ ଶ୍ରେଷ୍ଠ 

ସ୍ନେହ, ପ୍ରେମ, ପ୍ରୀତି ହୃଦୟେଭରିଛ

ନ ହେବାକୁ ନୀତି ଭ୍ରଷ୍ଟ ।।

ମଧୁର ବଚନ ଶବ୍ଦରେ ସ୍ଫୁରତି

ଆପଣା ପଣିଆ ପାଇ

ସତ୍ଯର ପଥେ ପଥିକ ହେବାକୁ 

ପଥ ଦେଖାଅ ଗୋସାଇଁ।।

ତୁମରି ଆଶିଷ ସକଳ କରମେ 

ସଦା ହୁଏ କୃତକାର୍ଯ୍ୟ 

ତୁମରି ହସ୍ତର କଣ୍ଡେଇଟି ସିଏ

ତୁମେ ହିଁ ତାହାର ଧୈର୍ଯ୍ୟ ।।

ତୁମରି ନାମରେ ବାନା ଉଡାଇ ସେ

ତୁମେ ତ ତାହାର ସୂର୍ଯ୍ୟ

ତୁମ୍ଭର ଆଲୋକେ ଆଲୋକିତ ସିଏ

ତୁମେ ହିଁ ତାହାର ଆର୍ଯ୍ଯ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics