STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଗଣେଶ ପୂଜା

ଗଣେଶ ପୂଜା

2 mins
195


ପାର୍ବଣ ର ଶୁଭ ଆରମ୍ଭ ହୁଅଇ

ଆସିଲେ ମାସ ଭାଦ୍ରବ

ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ

ଶ୍ରୀ ଗଣେଶ ପୂଜନ ପର୍ବ

ବିଘ୍ନ ବିନାଶନ ପ୍ରଭୁ ଗଜାନନ

ସର୍ବାଗ୍ରେ ପୂଜା ତୁମରି

ଏକଦନ୍ତ ମହାକାୟ ଗୌରୀ ନନ୍ଦନ

ମୂଷିକ ବାହନ ଧରି

ମହାଜ୍ଞାନୀ ପ୍ରଭୁ ସିଦ୍ଧି ବୁଦ୍ଧି ଦାତା

ବିଦ୍ୟାର୍ଥୀଙ୍କ ପ୍ରିୟ ଦେବ

ତ୍ରିପୁରରେ ପୂଜା ପାଉଛ ହେ ପ୍ରଭୁ

କିଏ ବା ସେପରି ହେବ

ଗୁହାଗ୍ରଜ ଏକଦନ୍ତ ଶୁର୍ପକର୍ଣ୍ଣ

ହେରମ୍ୱ ଦୈମାତୁର 

ଗଜବକ୍ତ୍ର ବିଘ୍ନନାଶନ ଗଜାନନ

ଗଣେଶ ଲମ୍ବ-ଉଦର

ଜ୍ଞାନ ଚକ୍ଷୁ ରେ ଦେଖିଲ ବ୍ରହ୍ମାଣ୍ଡ

କେନ୍ଦ୍ର କରି ପିତାମାତା

ମୂଷିକ ବାହନ ହେଲେହେଁ ତୁମର

ଜ୍ଞାନ ବଳରେ ବିଜେତା

ଅତି ଆଡ଼ମ୍ବରେ ହୁଏ ଗଣେଶ ପୂଜନ

ନାହିଁ ଭେଦ ଭାବ କିଛି

ସର୍ବ ଧର୍ମ ସମ୍ପ୍ରଦାୟେ ପାଳନ ହେଉଛି

ସାମାଜିକ ସଦ୍ଭାବ ରହିଛି

ଜ୍ଞାନୀ ଅଜ୍ଞାନୀ ସବୁରି ମୁଖରେ ଜୟ

ପୂଜା ମଣ୍ଡପ କମ୍ପୁଛି

ଯୁବ ଗୋଷ୍ଠୀଙ୍କର ହର୍ଷ ଉଲ୍ଲାସର ଭାବ

ପ୍ରତ୍ୟକ୍ଷ ଭାବେ ଦିଶୁଛି

ରଙ୍ଗ ବେରଙ୍ଗର ତୋରଣ ଶୋଭାରେ

ପୂଜା ମଣ୍ଡପ ଶୋଭିତ

ବାଦ୍ୟ ଯନ୍ତ୍ର ସହ ସଙ୍ଗୀତ ଶବ୍ଦରେ

ପାର୍ବଣ ସମ୍ଭାର ଜଡ଼ିତ

ବରଷକେ ଥରେ ଆସିବା ଆଗରୁ

ସଭିଙ୍କ ମନରେ ଖୁସୀ

ବିଘ୍ନ ବିନାଶନ ପ୍ରଭୁ ଗଜାନନ

ଜ୍ଞାନ ଦିଅନ୍ତୁ ବରଷି

ସର୍ବାଧିକ ପୂଜା ପାଉଥିବା ଦେବ

ଗୌରୀନନ୍ଦନ ଗଣେଶ

ପାଠୁଆ ଅପାଠୁଆ ସଭିଙ୍କ ଶ୍ରଦ୍ଧା

ମନ ହୃଦୟେ ହରଷ 

ପିତା ଶମ୍ଭୁ, ଜ୍ୟେଷ୍ଠ ଭ୍ରାତା କାର୍ତ୍ତିକେୟ

କୈଳାସ ପୁରରେ ବାସ

ମୂଷିକ ବାହନ ପୃଷ୍ଠେ ଉପବିଷ୍ଟ 

ଅତି ପ୍ରିୟ ଦୁବ ଘାସ

ଜ୍ଞାନର ଭଣ୍ଡାର ସର୍ବ ଗୁଣ ସ୍ବାମୀ

ଲଡୁ ପ୍ରିୟ ଲମ୍ବୋଦର

ହଳଦିଆ ଲାଲ ପୁଷ୍ପ ରେ ସନ୍ତୋଷ

ମସ୍ତକେ ଚନ୍ଦନ ସିନ୍ଦୂର

ସିଦ୍ଧି ବୁଦ୍ଧି ଦାତା ପ୍ରଭୁ ଅଗ୍ରପୂଜ୍ୟ

ପ୍ରିୟ ମୋଦକ ଭୋଗରେ 

କ୍ଷୀରି ରାଶି ଲଡୁ ଭୋଗ ଲାଗି ହୁଏ

ପୂଜା ବିଧି ବିଧାନ ରେ।


ଶ୍ରୀଗଣେଶ ଜନ୍ମ ବୃତ୍ତାନ୍ତ ରହସ୍ୟ

ପୁରାଣେ ଅଛି ବୃତ୍ତାନ୍ତ

ମାତା ପାର୍ବତୀଙ୍କ ମାନସ ସନ୍ତାନ

ହଳଦୀ ମଳଖୁ ଜାତ 

ଭାଦ୍ରବ ମାସର ଶୁକ୍ଲ ଚତୁର୍ଥୀରେ

ଶ୍ରୀଗଣେଶ ହେଲେ ଜନ୍ମ

ଦ୍ଵାରପାଳ ଭାବେ ରଖି ଗଣେଶଙ୍କୁ

ପାର୍ବତୀ ସ୍ନାନରେ ନିମଗ୍ନ

ଏ ସମୟେ ଶିବଙ୍କର ଆଗମନ 

ପ୍ରବେଶ ହୋଇଲା ବାରଣ

ଯୁକ୍ତି ତର୍କ ପରେ ମହା କୋପୀ ଶିବ

 ଶିର କରିଲେ ଛେଦନ

ପାର୍ବତୀ ଠୁ ଶୁଣି ଅଯୋନି ସମ୍ଭୂତ

ଗଜ ମୁଣ୍ଡ ଯୋଡ଼ି ବହନ

ଗଜାନନ ରୂପେ ହୋଇଲେ ବିଦିତ

ଜ୍ଞାନ ଗୁଣରେ ସମ୍ପନ୍ନ 

ପିତାମାତାଙ୍କୁ ହିଁ ପ୍ରଦକ୍ଷଣ କରି

ବିଶ୍ଵ ଭ୍ରମଣ ଯୋଜନା

ସନ୍ତାନଙ୍କ ପିତାମାତା ହିଁ ବ୍ରହ୍ମାଣ୍ଡ

ବୁଦ୍ଧିମତା ବିବେଚନା

ଅଜ୍ଞାନ ନାଶକ ଜ୍ଞାନ ପ୍ରଦାୟକ

ପାପ ତମସା ବିନାଶ

ବିଘ୍ନ ବିନାଶକ ପ୍ରଭୁ ବିନାୟକ

ଶଙ୍କର ସୁତ ଗଣେଶ  

ଗଣେଷଙ୍କ ପାଖେ ନ ଲାଗେ ତୁଳସୀ

ପୁରାଣରେ ବି ବାରଣ

ଉଭୟଙ୍କ ବାଦ ବିବାଦ ଶାପ ରୁ

ରହିଅଛି ଏ ବିଧାନ ।


ବିଘ୍ନ ବିନାଶକ ପ୍ରଭୁ ଗଜାନନ 

ବିଘ୍ନ ପ୍ରତି ମୁହୁର୍ତ୍ତ ରେ

ବିଘ୍ନ ନାଶ କର ଗଉରୀ ନନ୍ଦନ

ଶରଣ ତୋ ଚରଣରେ

ସର୍ବାଗ୍ରେ ପୂଜିତ ବୋଲି ଅଗ୍ରପୂଜ୍ୟ

ସିଦ୍ଧି ବୁଦ୍ଧି ଜ୍ଞାନଦାତା

ଜ୍ଞାନ ଚକ୍ଷୁ ବଳେ ଜଗତ ଜିତିଛ

କେନ୍ଦ୍ର କରି ପିତାମାତା

ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ

ଗଣେଶ ଚତୁର୍ଥୀ ବିଧି

ଜ୍ଞାନୀ ଅବା ମୁର୍ଖ ସଭିଏଁ ପାଳନ୍ତି 

ସମସ୍ତେ ଚାହାଁନ୍ତି ବୁଦ୍ଧି

ପ୍ରତି ଶିକ୍ଷାନୁଷ୍ଠାନେ ପୂଜା ପାଳନ

ବିଦ୍ୟାର୍ଥୀଙ୍କ ମନେ ଭକ୍ତି

ବହୁ ଆଡ଼ମ୍ବରେ ପାଳନ ହେଉଛି

ତୁମେ ଅଗତି ର ଗତି

ପୁର ପଲ୍ଲୀ ଆଉ ସହର ବଜାର

ସବୁଠି ଖୁସି ଲହର

ଅନ୍ୟ ଦେବତାଙ୍କ ଜନମ ତିଥିରେ

ହୁଏନି ଏପରି ସମ୍ଭାର।


ଯୁବ ଗୋଷ୍ଠୀଙ୍କ ପ୍ରିୟ ପୂଜା ଉତ୍ସବ

ପୂଜା ମଣ୍ଡପ କମ୍ପୁଛି

ମଣ୍ଡପ ଆଗରେ ମନୋରଞ୍ଜନ

ଗୀତ ନାଚ ହେଉଅଛି

ରଙ୍ଗ ଓ ବେରଙ୍ଗ ତୋରଣ ସହିତ

ଉନ୍ମାଦନାର ସଙ୍ଗୀତ

ଭକ୍ତି ଥାଉ ଅବା ନ ଥାଉ ମନରେ

ହେଉ ଅଛି ନାଚ ଗୀତ

ପ୍ରତି ବର୍ଷ ଏହି ଭାଦ୍ରବ ମାସରେ

ଗଣେଶ ପୂଜା ଉତ୍ସବ

ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ

ଖୁସି ଆନନ୍ଦର ପର୍ବ

ଜ୍ଞାନ ପ୍ରାପ୍ତି ପାଇଁ ପୂଜା ଆରାଧନା

ନାମକୁ ମାତ୍ର ରହିଛି

ଗଣେଷଙ୍କ ପୂଜା ପାଳନ ଆଳରେ

ଅରାଜକତା ଚାଲିଛି

ଚାନ୍ଦା-ଭେଦା ପାଇଁ ବିଶୃଙ୍ଖଳା ସୃଷ୍ଟି

ବାଦ ବିବାଦର ତାତି

ବିଘ୍ନନାଶନ ପୂଜା ନାମରେ ହିଁ

ବିଘ୍ନ ହେଉଛି ଉତ୍ପତ୍ତି।


ପୂଜା ସରିଗଲେ ଭସାଣି ହେଉଛି

ସବୁଠୁ ବଡ ସମ୍ଭାର

ନଦୀ ପୋଖରୀ ଓ ସମୁଦ୍ର ଗର୍ଭରେ

ବିସର୍ଜନ ପଟୁଆର

ପରିବେଶ ଏବେ ହେଉଛି ଦୂଷିତ

ପୁଣି ମୂର୍ତ୍ତି ବିସର୍ଜନ

ଭକ୍ତି ଭାବ ଥିଲେ ପ୍ରାର୍ଥନା ଗ୍ରହଣ

ପ୍ରଭୁ ଡେରି-ଛନ୍ତି କର୍ଣ୍ଣ

ଭାଇଚାରା ପର୍ବ ଗଣେଶ ପୂଜାରେ

ସବୁଠୁ ବଡ ଆଶ୍ଚର୍ଯ୍ୟ

ଜାତି ଧର୍ମ ଭେଦ ଭାବ ଭୁଲି ଯାଇ

ଗଣେଷଙ୍କ ପୂଜା କାର୍ଯ୍ୟ

ପାପାଙ୍କୁଶ ତୁମ ପାଖରେ ରହିଛି

ପାପ କରୁଅଛ ନାଶ 

ପାପର ଭାର ରେ ବୁଡ଼ିଛି ସମାଜ

କଳୁଷ କୁ କର ନାଶ 

ଧନ୍ୟ ପ୍ରଭୁ ତୁମେ ହିଁ ଗଣନାୟକ

କୃପା ଦୃଷ୍ଟି ରହି ଥାଉ

ମନ୍ଦ ଚିନ୍ତା ଧାରା କୁସ୍ଚିତ ଭାବନା

ଅଙ୍କୁଶ ରେ ନାଶ ହେଉ 

ସଦବୁଦ୍ଧି ଦିଅ ସବୁରି ମନରେ

ଏହି ଅଳି ଶ୍ରୀଚରଣେ 

ହର୍ଷ ଉଲ୍ଲାସରେ ଗଣେଶ ପୂଜନ

ମନେ ରହୁ ପ୍ରତି କ୍ଷଣେ

ଆହେ ଗଜାନନ ବିଘ୍ନ ବିନାଶନ 

ଜ୍ଞାନ କରନ୍ତୁ ପ୍ରଦାନ

ପାପାଙ୍କୁଶ ଅଛି ତୁମରି ହସ୍ତରେ

ଦୁଃଖ କରନ୍ତୁ ମୋଚନ ।।


Rate this content
Log in

Similar oriya poem from Abstract