ଆଉ କେତେ କାଳ ଅପେକ୍ଷା କରିଵି
ଆଉ କେତେ କାଳ ଅପେକ୍ଷା କରିଵି


ଆଉ କେତେ କାଳ ଅପେକ୍ଷା କରିଵି
କେଵେ ତୋ ଲାଗିଵ ଡୋରି
ତୋରଶ୍ରୀକ୍ଷେତ୍ରକୁ ଯାଇ ମୁଁ ପାରିଵି
ମନଟା ଆକୁଳ ଭାରି ।
ତୋ ଚକାଆଖିରେ ମୋ ଆଖି ମିଶାଇ
ମୋ ମନ କଥା କହିଵି
ତୋ ଚନ୍ଦ୍ର ଵଦନ ଦର୍ଶନ କରିଵି
ନାଚିଵି ମୁଁ ଥେଇ ଥେଇ ।
ତୋ ଵଡ଼ସି'ହାର ଵେଶକୁ ଦେଖିଵି
ହେବ ହୃଦ ପୁଲକିତ
ତୋହର ଭଜନ ଉଚ୍ଚ ସ୍ବରେ ଗାଇ
ଚିତ୍ତ ହେବ ଉଲ୍ଲସିତ ।
ନେରେ ତୁ ଜଗା ଲଗାଇ ତୋ ପଘା
କରନାହିଁ ଆଉ ଡେରି
କାହିଁ କେତେ ଵେଳେ ପିଣ୍ଡୁ ଯିଵ ପ୍ରାଣ
ବାଞ୍ଛା ପୂର୍ଣ୍ଣ କର ମୋରି ।