STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ନାହିଁ ନାହିଁ ପୁଣି ହୋଇଲା ହଁ

ନାହିଁ ନାହିଁ ପୁଣି ହୋଇଲା ହଁ

1 min
147

   

     ନାହିଁ ନାହିଁ ପୁଣି ହୋଇଲା ହଁ

    """""""""""""""'""""""''''''''''''''''''''''

    ହେବକି ନହେବ ଚାଲିଲା ହିସାବ 

    ନାହିଁ ନାହିଁ ପୁଣି ହୋଇଲା ହଁ

    କାଳର କୋପକୁ ଚାପରେ ଚପାଇ

    ରଥଯାତ କଲ କାଳିଆ ଦିଅଁ ll

    ରତନ ବେଦୀ ରୁ ଜନମ ବେଦୀକୁ

    ଯାଇ, ଲେଉଟିଲ ବଡ ଦେଉଳ

    ନିଆରା ଗୁଣ୍ଡିଚା ନିଆରା ବାହୁଡା

    ନଥିଲା କେଉଁଠି କାହିଁ ଗହଳ ll

    ସ୍ନାନ ରେ ଏସନ ବେଶ ଦେଖିବାକୁ

    ବେଦୀରେ ହେଲାନି ସାହାଣ ମେଲା

    ରଥ ଯାତରା ରେ ନଥିଲେ ଭକତ

    ଭଲାରେ କାଳିଆ ଇଏକି ଲିଳା ll

    ସେବକ ଟାଣିଲେ ରଥ ଦଉଡିକୁ

    ଟାଣିଟାଣି ନେଲେ ଶରଧା ବାଲି

    ଆଡପ ମଣ୍ଡପେ ପ୍ରାବୃତ୍ତ ରାହାସ

    ଶରଧା ର ବାଲି ଲାଗିଲା ଖାଲି ll

    ବହୁଡାରେ ପୁଣି ଆସିଲ ଲେଉଟି

    ସେବକ ଆଣିଲେ ରଥକୁ ଟାଣି

    ରଥରେ ହୋଇଲ ସୁନାବେଶ ତୁମେ

    ତୁମେ ପୂର୍ଣ୍ଣବ୍ରହ୍ମ ସୁବର୍ଣ୍ଣ ମଣି ll

    ସାଥେ ଆସିଥିଲେ ଅଶରୀରି ଯେତେ

    ତାଙ୍କପାଇଁ କଲ ଅଧରପଣା

    ଭେଟ ମଣ୍ଡପ ରେ ମାତାଙ୍କର ଭେଟ

    ଉଛୁଳି ପଡିଲା ପ୍ରେମ ଯମୁନା ll

    ଗୋଟି ପହଣ୍ଡିରେ ନୀଳାଦ୍ରି ବିଜୟ

    ହରିବୋଲ ରୋଳ କମ୍ପିଲା ନାହିଁ

    ବିନା ଭକତରେ ରଥଯାତ ହେଲା

    ସାକ୍ଷୀ ଇତିହାସ ସମୟ ନଈ ll     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics