STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଅଧର ପଣା

ଅଧର ପଣା

1 min
22


ଅଧା ଚାନ୍ଦ ଅଧରରୁ ଝରେ କରୁଣା ଅଧର ପଣା

କଣାଏ କରୁଣା ପାଇଁ ଭକତେ ବଣା ଅଧର ପଣା

  ଅଶରଣ ଜନଙ୍କୁ ଶରଣ ଦେଇ

   ବୁହାଇ ଦିଅନ୍ତି ସେ ଶରଧା ନଈ

ଭକତ ବତ୍ସଳ ମୋର

ଭକତ ବତ୍ସଳ ମୋର କାଳିଆ ସୁନା ଅଧର ପଣା

ଅଧା ଚାନ୍ଦ ଅଧରରୁ ଝରେ କରୁଣା ଅଧର ପଣା।୧!


ରଥ ଉପରେ ହୁଅଇ ଭାବର ଲିଳା

ଦେହ ଅଦେହ ର ମୋହ ଜୀବନ ଜ୍ବାଳା

ଅତୃପ୍ତ ଙ୍କ ତୃପ୍ତି ପାଇଁ ଅପୂର୍ବ ପଣା

କ୍ଷୀର ସର କଦଳୀ କର୍ପୁର ଛେନା

 ଜାଇଫଳ ଗୋଲମରିଚ ମିଶଇ

 ମହମହ ହୋଇ ପଣା ମହକଇ

ପଣା ହୁଏ କଇବଲ୍ଯ

ପଣା ହୁଏ କଇବଲ୍ଯ ଭକତେ ବଣା ଅଧର ପଣା

ଅଧା ଚାନ୍ଦ ଅଧରରୁ ଝରେ କରୁଣା ଅଧର ପଣା ।୨!


ଅଶରୀରି ଆତ୍ମା ସବୁ ଭାଗ୍ୟହୀନଟି

ମନ୍ଦିର ପ୍ରବେଶ ତାଙ୍କ ଭାଗ୍ୟେ ନାହିଁଟି

ସେମାନଙ୍କୁ ଦେବା ପାଇଁ ପ୍ରଭୁ ଦର୍ଶନ

ରଥଯାତ୍ରା ଦିବ୍ୟ ଲୀଳା ତାଙ୍କ ଭିଆଣ

ରଥେ ବୁଲି ଯାଇ ପ୍ରଭୁ ଯେ ଫେରନ୍ତି

ଅଶରୀରି ତାଙ୍କୁ ରଥରେ ଦେଖନ୍ତି

ପଣା ପାଇ ପୂର୍ଣ୍ଣ ହୁଏ

ପଣା ପାଇ ପୂର୍ଣ୍ଣ ହୁଏ ତାଙ୍କ ବାସନା ଅଧର ପଣା

ଅଧା ଚାନ୍ଦ ଅଧରରୁ ଝରେ କରୁଣା ଅଧର ପଣା।୩!


ଆଷାଢ଼ ମାସ ର ଶୁକ୍ଳ ଦ୍ୱାଦଶୀ ରାତି

ଅଧର ପଣା ନୈବେଦ୍ଯ ତିନି ରଥେ ଟି

ଅଶରୀରି ଆତ୍ମା ଯେତେ ଘୂରି ବୁଲନ୍ତି

ପାର୍ଶ୍ବ ଦେବାଦେବୀ ଚଣ୍ଡୀ ଚାମୁଣ୍ଡା ଥାନ୍ତି

ପ୍ରଭୁଙ୍କ ପ୍ରସାଦ ପାଇବା ପାଇଁକୂ

ଏ ଶୁଭ ଦିନକୁ ଥାଆନ୍ତି ଚାହିଁକି

ଅଧର ପଣା ଆଶାରେ

ଅଧର ପଣା ଆଶାରେ ହୋଇ ସେ ବଣା ଅଧର ପଣା

ଅଧା ଚାନ୍ଦ ଅଧରରୁ ଝରେ କରୁଣା ଅଧର ପଣା !୪!


ପ୍ରତିରଥେ ତିନି ହାଣ୍ଡି ପଣା ଲାଗଇ

ଦିଅଁଙ୍କର ଅଧରକୁ ହାଣ୍ଡି ଛୁଅଁଇ

ହାଣ୍ଡିରେତ ପଣା ପାଣି ହୁଅଇ ପୂର୍ଣ୍ଣ

ପଞ୍ଚ ଉପଚାରେ ପଣା ହୁଏ ଶୋଧନ

ଭୋଗ ଲାଗି ପରେ  ହାଣ୍ଡି ତ ଭାଙ୍ଗଇ

ପ୍ରାଣ ଧନ୍ୟ ପଣା ରେଣୁ ମାତ୍ର ପାଇ

ସେ ରେଣୁରେ ଧୋଇଯାଏ

ସେ ରେଣୁରେ ଧୋଇଯାଏ ସବୁ ଯାତନା ଅଧର ପଣା

ଅଧା ଚାନ୍ଦ ଅଧରରୁ ଝରେ କରୁଣା ଅଧର ପଣା ।୫!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract