STORYMIRROR

Sarojini Mishra

Classics

4  

Sarojini Mishra

Classics

ପୁଣ୍ୟ ଭୂମି ଭାରତ

ପୁଣ୍ୟ ଭୂମି ଭାରତ

2 mins
279

ଦେବଭୂମି, ଧର୍ମଭୂମି, ପୁଣ୍ୟ ଭୂମି ଭାରତ

ତା'ରି କୋଳେ ଜନମ ନେଇ ହେଉଛି ମୁଁ ଗର୍ବିତ ।


ଶିରରେ ତାର ହୀରା ମୁକୁଟ ହିମାଳୟର ଶୋଭା

ତା' ପାଦ ଧୁଏ ମହାସାଗର ଧନ୍ୟ ତାହାର ଆଭା ।


ଭାରତ ଭୂମି ମୋ ପୁଣ୍ୟପୀଠ ବୀର ମାନଙ୍କ ଭୁଇଁ

ଅହିଂସା ନୀତି ଶାନ୍ତି ମୈତ୍ରୀରେ ଶତ୍ରୁ ପାରିଲେ ଜିଣି ।


ପୁଣ୍ୟ ଭୂମି ମୋ ଭାରତ ବୁକେ ସଂସ୍କୃତି ସ୍ରୋତ ବହେ

ବୈଦିକ ମନ୍ତ୍ର ଓଁ କାର ଧ୍ଵନୀ ସ୍ଵତନ୍ତ୍ରତା ଯେ ଦିଏ ।


ପୁଣ୍ୟଭୂମିରେ ଋଷି ମୁନିଙ୍କ ନିଷ୍ଠା ସାଧନା ଦିଶେ

ବୈଦିକ ସ୍ରୋତ ପାଖରେ ପରା ବିଜ୍ଞାନ ସ୍ରୋତ ମିଶେ ।


ମୋ ପୁଣ୍ୟ ଭୂମି ଭାରତ ବର୍ଷେ ବିଶ୍ୱାସ ଦୀପ ଜଳେ

ଏହାର ପ୍ରତି ପଦ ଛନ୍ଦରେ ମନୋବଳ ଯେ କ୍ଷରେ ।


ପୁଣ୍ୟ ଭୂମି ମୋ ଭାରତ ବର୍ଷ ପୂଜା ମନ୍ତ୍ରେ ଦୀକ୍ଷିତ

ବୃକ୍ଷ ରୁ ନଦୀ ପୁସ୍ତକ ରାଜି ସବୁଠି ପୂଜା ସ୍ତୋତ୍ର ।


ମୋ ପୁଣ୍ୟ ଭୂମି ଭାରତ ବର୍ଷ ସବୁଜିମା ରେ ଭରା

ପ୍ରତି ପତରେ ପୁଣ୍ୟର ଗାଥା ସମନ୍ୱୟ ତା ଧାରା ।


ମୋ ପୁଣ୍ୟ ମାଟି ଚନ୍ଦନ ଅଟେ ଶିଳ୍ପ ଚାତୁର୍ଯ୍ୟ ଭରା

ମନ୍ଦିର ଗୁମ୍ଫା ସବୁଠି ଫୁଟେ ପଥରେ ଜୀବନ ଧାରା ।


ବେଦ ପୁରାଣ ଶାସ୍ତ୍ର ଦିଅଇ ଜୀବନ ପାଇଁ ବାର୍ତ୍ତା

ଧନ୍ୟ ଏ ଦେଶ ଧନ୍ୟ କବିତ୍ଵ ଧନ୍ୟ ତାହାର ଧାରା ।


ଏହି ଦେଶର ସାହିତ୍ୟ ଧାରା ଅମୂଲ୍ୟ ସାରବତ୍ତା

ବହୁ ଅମେଳେ ମହାମିଳନ କୁହେ ଐକ୍ୟତାର କଥା ।


ପୁଣ୍ୟ ଭୂମି ମୋ ଭାରତବର୍ଷ ସାରା ବିଶ୍ଵେ ବିଦିତ

ପୁଣ୍ୟ ଉତ୍କଳେ ଭାବ ଠାକୁର ସିଏ ଜଗତ ନାଥ ।


ସୌନ୍ଦର୍ଯ୍ୟ ମୟ ପୁଣ୍ୟ ଭାରତ ମଠ ମନ୍ଦିରେ ଭରା

ପାଷାଣେ ଲେଖା ଜୀବନ ତତ୍ତ୍ଵ ପୁଣ୍ୟ ସ୍ରୋତରେ ଭରା ।


ଏ ପୁଣ୍ୟ ମାଟି ଅପୂର୍ବ ଅଟେ ଚନ୍ଦନ ସମ ଲାଗେ

ପୁଣ୍ୟ ଭାରତର ପ୍ରତି ସକାଳ ଭରୁଥାଏ ଶଙ୍ଖ ନାଦେ ।


ପୁଣ୍ୟ ଭାରତର ପ୍ରତିଟି ସଂଧ୍ୟା ରେ ଦୀପ ଜଳେ ଚଉରାରେ

ମନ୍ଦିର, ମସ୍‌ଜିଦ ଗୀର୍ଜା ପରିବେଶ ସ୍ଵତନ୍ତ୍ର ବିଧିରେ ପୁରେ ।


ପୁଣ୍ୟ ଭାରତ ର ପର୍ବ ପର୍ବାଣୀ ଯେ ଆଣେ ଭାଇଚାରା ବାର୍ତ୍ତା

ଦେବଭୂମି ଭାବେ ମୋ ଭାରତ ବର୍ଷ ସାରା ବିଶ୍ଵରେ ବିଦିତା ।


ଦୁଇଶହ ବର୍ଷ ଇଂରେଜ ଶାସନ ଟଳିଲା ଅହିଂସା ମନ୍ତ୍ରେ

ସୁବାଷ ବୋଷ ଙ୍କ ଯୁବ ଆମନ୍ତ୍ରଣ ଦମ୍ଭ ସାହସର ସର୍ତ୍ତେ ।


ପୁଣ୍ୟ ମୋ ଭାରତ ଅଟଇ ପବିତ୍ର ସବୁଠି ପୁଣ୍ୟର ଧାରା

ସେ ଧାରାକୁ ଆମେ ଅକ୍ଷୁର୍ଣ୍ଣ ରଖିଲେ ବିଶ୍ଵ ମାଗିବ ସାହାରା ।


ଏ ପୁଣ୍ୟ ଭୂମିର ପୁଣ୍ୟ ଗାଥା ନେଇ ଆମ ଜୀବନ ଗଢ଼ିବା

ଅକ୍ଷୁର୍ଣ୍ଣ ରହିବ ମୋ ଭାରତ କାନ୍ତି ମୈତ୍ରୀର ଡାକରା ଦେବା ।


ଗାନ୍ଧୀ, ଗୋପବନ୍ଧୁ, ମଦର ଟେରେସା କାହାକୁ ଭୁଲିବା ନାହିଁ

ଆମ ବେଦ ଶାସ୍ତ୍ର ବଚନକୁ କେବେ ହତାଦର କରିବା ନି ।


ପୁଣ୍ୟ ଭାରତ ମୋ ଶ୍ରୀମଣ୍ଡିତ ଥିବ ହଜିବନି ପୁଣ୍ୟ ଗାଥା

ମୋ ପୁଣ୍ୟ ଭୂମିର ବନ୍ଦନା କରେ ହେଭ ସେ ଜଗତଜିତା ।


ଏକତା ସୂତ୍ରକୁ ଢିଲା କରିବାନି ନିଷ୍ଠା କେବେ ଭୁଲିବାନି

ସତ୍ୟର ଧ୍ଵଜାକୁ ଉଡାଇ କହିବା ଭାରତ ପୁଣ୍ୟର ଭୂମି ।



Rate this content
Log in

Similar oriya poem from Classics