ପୁଣ୍ୟ ଭୂମି ଭାରତ
ପୁଣ୍ୟ ଭୂମି ଭାରତ
ଦେବଭୂମି, ଧର୍ମଭୂମି, ପୁଣ୍ୟ ଭୂମି ଭାରତ
ତା'ରି କୋଳେ ଜନମ ନେଇ ହେଉଛି ମୁଁ ଗର୍ବିତ ।
ଶିରରେ ତାର ହୀରା ମୁକୁଟ ହିମାଳୟର ଶୋଭା
ତା' ପାଦ ଧୁଏ ମହାସାଗର ଧନ୍ୟ ତାହାର ଆଭା ।
ଭାରତ ଭୂମି ମୋ ପୁଣ୍ୟପୀଠ ବୀର ମାନଙ୍କ ଭୁଇଁ
ଅହିଂସା ନୀତି ଶାନ୍ତି ମୈତ୍ରୀରେ ଶତ୍ରୁ ପାରିଲେ ଜିଣି ।
ପୁଣ୍ୟ ଭୂମି ମୋ ଭାରତ ବୁକେ ସଂସ୍କୃତି ସ୍ରୋତ ବହେ
ବୈଦିକ ମନ୍ତ୍ର ଓଁ କାର ଧ୍ଵନୀ ସ୍ଵତନ୍ତ୍ରତା ଯେ ଦିଏ ।
ପୁଣ୍ୟଭୂମିରେ ଋଷି ମୁନିଙ୍କ ନିଷ୍ଠା ସାଧନା ଦିଶେ
ବୈଦିକ ସ୍ରୋତ ପାଖରେ ପରା ବିଜ୍ଞାନ ସ୍ରୋତ ମିଶେ ।
ମୋ ପୁଣ୍ୟ ଭୂମି ଭାରତ ବର୍ଷେ ବିଶ୍ୱାସ ଦୀପ ଜଳେ
ଏହାର ପ୍ରତି ପଦ ଛନ୍ଦରେ ମନୋବଳ ଯେ କ୍ଷରେ ।
ପୁଣ୍ୟ ଭୂମି ମୋ ଭାରତ ବର୍ଷ ପୂଜା ମନ୍ତ୍ରେ ଦୀକ୍ଷିତ
ବୃକ୍ଷ ରୁ ନଦୀ ପୁସ୍ତକ ରାଜି ସବୁଠି ପୂଜା ସ୍ତୋତ୍ର ।
ମୋ ପୁଣ୍ୟ ଭୂମି ଭାରତ ବର୍ଷ ସବୁଜିମା ରେ ଭରା
ପ୍ରତି ପତରେ ପୁଣ୍ୟର ଗାଥା ସମନ୍ୱୟ ତା ଧାରା ।
ମୋ ପୁଣ୍ୟ ମାଟି ଚନ୍ଦନ ଅଟେ ଶିଳ୍ପ ଚାତୁର୍ଯ୍ୟ ଭରା
ମନ୍ଦିର ଗୁମ୍ଫା ସବୁଠି ଫୁଟେ ପଥରେ ଜୀବନ ଧାରା ।
ବେଦ ପୁରାଣ ଶାସ୍ତ୍ର ଦିଅଇ ଜୀବନ ପାଇଁ ବାର୍ତ୍ତା
ଧନ୍ୟ ଏ ଦେଶ ଧନ୍ୟ କବିତ୍ଵ ଧନ୍ୟ ତାହାର ଧାରା ।
ଏହି ଦେଶର ସାହିତ୍ୟ ଧାରା ଅମୂଲ୍ୟ ସାରବତ୍ତା
ବହୁ ଅମେଳେ ମହାମିଳନ କୁହେ ଐକ୍ୟତାର କଥା ।
ପୁଣ୍ୟ ଭୂମି ମୋ ଭାରତବର୍ଷ ସାରା ବିଶ୍ଵେ ବିଦିତ
ପୁଣ୍ୟ ଉତ୍କଳେ ଭାବ ଠାକୁର ସିଏ ଜଗତ ନାଥ ।
ସୌନ୍ଦର୍ଯ୍ୟ ମୟ ପୁଣ୍ୟ ଭାରତ ମଠ ମନ୍ଦିରେ ଭରା
ପାଷାଣେ ଲେଖା ଜୀବନ ତତ୍ତ୍ଵ ପୁଣ୍ୟ ସ୍ରୋତରେ ଭରା ।
ଏ ପୁଣ୍ୟ ମାଟି ଅପୂର୍ବ ଅଟେ ଚନ୍ଦନ ସମ ଲାଗେ
ପୁଣ୍ୟ ଭାରତର ପ୍ରତି ସକାଳ ଭରୁଥାଏ ଶଙ୍ଖ ନାଦେ ।
ପୁଣ୍ୟ ଭାରତର ପ୍ରତିଟି ସଂଧ୍ୟା ରେ ଦୀପ ଜଳେ ଚଉରାରେ
ମନ୍ଦିର, ମସ୍ଜିଦ ଗୀର୍ଜା ପରିବେଶ ସ୍ଵତନ୍ତ୍ର ବିଧିରେ ପୁରେ ।
ପୁଣ୍ୟ ଭାରତ ର ପର୍ବ ପର୍ବାଣୀ ଯେ ଆଣେ ଭାଇଚାରା ବାର୍ତ୍ତା
ଦେବଭୂମି ଭାବେ ମୋ ଭାରତ ବର୍ଷ ସାରା ବିଶ୍ଵରେ ବିଦିତା ।
ଦୁଇଶହ ବର୍ଷ ଇଂରେଜ ଶାସନ ଟଳିଲା ଅହିଂସା ମନ୍ତ୍ରେ
ସୁବାଷ ବୋଷ ଙ୍କ ଯୁବ ଆମନ୍ତ୍ରଣ ଦମ୍ଭ ସାହସର ସର୍ତ୍ତେ ।
ପୁଣ୍ୟ ମୋ ଭାରତ ଅଟଇ ପବିତ୍ର ସବୁଠି ପୁଣ୍ୟର ଧାରା
ସେ ଧାରାକୁ ଆମେ ଅକ୍ଷୁର୍ଣ୍ଣ ରଖିଲେ ବିଶ୍ଵ ମାଗିବ ସାହାରା ।
ଏ ପୁଣ୍ୟ ଭୂମିର ପୁଣ୍ୟ ଗାଥା ନେଇ ଆମ ଜୀବନ ଗଢ଼ିବା
ଅକ୍ଷୁର୍ଣ୍ଣ ରହିବ ମୋ ଭାରତ କାନ୍ତି ମୈତ୍ରୀର ଡାକରା ଦେବା ।
ଗାନ୍ଧୀ, ଗୋପବନ୍ଧୁ, ମଦର ଟେରେସା କାହାକୁ ଭୁଲିବା ନାହିଁ
ଆମ ବେଦ ଶାସ୍ତ୍ର ବଚନକୁ କେବେ ହତାଦର କରିବା ନି ।
ପୁଣ୍ୟ ଭାରତ ମୋ ଶ୍ରୀମଣ୍ଡିତ ଥିବ ହଜିବନି ପୁଣ୍ୟ ଗାଥା
ମୋ ପୁଣ୍ୟ ଭୂମିର ବନ୍ଦନା କରେ ହେଭ ସେ ଜଗତଜିତା ।
ଏକତା ସୂତ୍ରକୁ ଢିଲା କରିବାନି ନିଷ୍ଠା କେବେ ଭୁଲିବାନି
ସତ୍ୟର ଧ୍ଵଜାକୁ ଉଡାଇ କହିବା ଭାରତ ପୁଣ୍ୟର ଭୂମି ।
