STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ଲୁହ ଝରଣା

ଲୁହ ଝରଣା

1 min
8

ତୁମ ଦୁଃଖ ପାହାଡ଼ର
ପଥରର ଗଳି ଗନ୍ଦି ଦେଇ
ଯେଉଁ ଲୁହର ଝରଣାଟି ବହୁଛି
ତାକୁ କଣ ସମସ୍ତେ ଦେଖି ପାରନ୍ତି
କେତେ ଜଣ ବା ପଢି ପାରନ୍ତି
ତୁମ ଅମଡ଼ା ବାଟକୁ
ଅତିକ୍ରମ କରିବାର
ଦୁରୁହ ଇତିକଥା ର ଇତିହାସ !
କେତେ ଜଣ ବା ଅନୁଭବ କରି ପାରନ୍ତି
ସେ ସ୍ଵେଦର ମରମ ବେଦନା
ଲୁହ ର ଝରଣାଟି
ଦୁଃଖ ପାହାଡ ର ଗଳି କନ୍ଦି ଦେଇ
ଆଗକୁ ବଢିଛି ସିନା
 ଥମି ଯାଇନି -
ପାହାଡ଼ର ଦୁର୍ଗମ ପଥରେ
ସେ କେବଳ ଚାଲିଛି ଆଉ ଚାଲିଛି
ଆଉ ପାଦ ଦେଶରେ
ନିଜକୁ ସମର୍ପି ଦେଇଛି
ସମାଜର ହିତ ସାଧନରେ -
କେତେ ଜଣ ନିରେଖି ଦେଖିଛନ୍ତି
ଏଇ କଥାକୁ ??
ପରିଶେଷରେ ତା ଗନ୍ତବ୍ୟ ମନ୍ତବ୍ୟକୁ
ସାଥିରେ ନେଇ ପରିପାର୍ଶ୍ଵକୁ
ସଂଖୋଳି ସଂଖୋଳି
ଲକ୍ଷ୍ୟ ପ୍ରାପ୍ତିରେ ଆଗେଇଛି
ପଛକୁ ଫେରି ଚାହିଁବା
 ତା ଜାତକରେ ନାହିଁ ।

କିତୁ ସେ ଯଦି ଦୁଃଖ ପାହାଡ଼ ଗୁହାରେ
ଆତ୍ମଗୋପନ କରି ଚୁପ୍ ହୋଇ
ରହି ଯାଇ ଥାନ୍ତା
ନା, ସେ ଲକ୍ଷ୍ୟ ସ୍ଥଳ ଦେଖି ପାରିଥାନ୍ତା
ନା, ସେ ଅନ୍ୟ ମୁହଁରେ ହସ
ଦେଇ ପାରି ଥାନ୍ତା
ନା, ସେ ଆତ୍ମ ସନ୍ତୋଷରେ
ଆତ୍ମହରା ହୋଇ ଥାନ୍ତା !!

ତେଣୁ ଦୁଃଖ ପାହାଡ଼ର
ସେ ଲୁହ ଝରଣାଟିକୁ
ଅଟକାନ୍ତୁ ନି
ସେ ଦୀର୍ଘ ଶ୍ଵାସ ଛାଡ଼ି ଛାଡ଼ି
ହାଲୁକା ହେଉ ହେଉ
ଧୈର୍ଯ୍ୟର ମୋତି ସାଉଁଟୁ ସାଉଁଟୁ
ଲକ୍ଷ୍ୟ ପ୍ରାପ୍ତିରେ ପହଞ୍ଚୁ
ଆଉ ତାର ମୋକ୍ଷ ପ୍ରାପ୍ତି ହେଉ ।


రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational