STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ବନ୍ଧୁତ୍ୱର ବାରଣ୍ଡା

ବନ୍ଧୁତ୍ୱର ବାରଣ୍ଡା

1 min
0


ବନ୍ଧୁତ୍ୱ ବାରଣ୍ଡାର
ନା ଅଛି ଆଖି ଚ଼ମକା ରୂପରେଖ
ଶଙ୍ଖ ମର୍ ମର୍ ଚଟାଣ
ସେ ବାରଣ୍ଡା ତ
ଭାବମୟ ଆତ୍ମିକ ଅନୁରାଗର
ମହ ମହ ବାସୁ ଥିବା
ସ୍ୱତନ୍ତ୍ର ଅନୁଭବ ଟିଏ ।

ବନ୍ଧୁତ୍ୱ ବାରଣ୍ଡାର
ମାଟି ଲିପା ଚଟାଣଟା ବି
ଚନ୍ଦନ ବାସ୍ନାରେ
ମନ ମୋହୁ ଥାଏ ।
ବନ୍ଧୁତ୍ୱର ବାରଣ୍ଡାଟା ହୃଦୟ ଖୋଲି
ଅହ ରହ ବନ୍ଧୁତାକୁ
କୋଳେଇ ଧରି
ମେଞ୍ଚା ମେଞ୍ଚା ପ୍ରୀତିଫୁଲ ନେଇ
ବନ୍ଧୁ ପାଇଁ ଚାହିଁ ବସି ଥାନ୍ତି।

ବନ୍ଧୁତ୍ୱ ର ବାରଣ୍ଡାରେ
ସ୍ୱାର୍ଥର ଅଳନ୍ଧୁ ମାନେ
ଆତ୍ମବିସର୍ଜନ କରିଥାନ୍ତି
ବନ୍ଧୁଟିଏ ପାଇଁ
ବନ୍ଧୁତ୍ୱର ବାରଣ୍ଡାଟା
ନିଃସ୍ଵାର୍ଥ ଭଲ ପାଇବାର
ଅଗୁରୁ ଓ ଚନ୍ଦନର ବାସେ
ମହକାଉ ଥାଏ ତାର ଚଉହଦୀ ।

ବନ୍ଧୁତ୍ୱ ର ବାରଣ୍ଡାରେ
ବନ୍ଧୁପାଇଁ ସୁମନାସର
ଗୀତାପାଠ ହୁଏ
ବନ୍ଧୁ ପାଇଁ ଦିଶା ଦର୍ଶନର
ଶାସ୍ତ୍ର ଚର୍ଚ୍ଚା ହୁଏ
ଆଉ
ଯେଉଁଠି ବନ୍ଧୁ ଟିର
ଭଙ୍ଗା ମନକୁ ଯୋଡିବାର
ସୂତ୍ର ସାରଣୀର
ଆବିଷ୍କାର ମଧ୍ୟ ହୁଏ ।

ବନ୍ଧୁତ୍ୱର ବାରଣ୍ଡାରେ
ନିବିଡ଼ ବନ୍ଧନର
ଗମ୍ଭୀର ଓଁ କାର ଧ୍ଵନୀ
ଅନୁରାଗର ଶଙ୍ଖ ଧରି
ବାରଣ୍ଡାକୁ କରୁଥାଏ ପବିତ୍ରମୟ
ଅଛିଣ୍ଡା ସଂପର୍କର ଅଦେଖା ବନ୍ଧନ
ବନ୍ଧୁତ୍ୱ ବାରଣ୍ଡାରେ
ଲୁହ ଆଉଟା ମୁହୂର୍ତ୍ତ ରୁ
ଖୋଜିପାଏ ହସର ଝଲକ
ଆଉ
ଏଇ ବାରଣ୍ଡାରେ ବସି
ବନ୍ଧୁଟିଏ ପଢୁଥାଏ ନିରବତାର ଭାଷା
ଏଇଠି ହିଁ ବନ୍ଧୁ ପାଇଁ ସୃଷ୍ଟି କରେ
ନୂଆ ଦିଗନ୍ତର ରୂପରେଖ
ଏଇ ବାରଣ୍ଡା ପୁଣି
ଧୈର୍ଯ୍ୟ ଆଉ ଦୃଢ଼ତାର
ଭିତ୍ତି ପ୍ରସ୍ତର ସ୍ଥାପନା କରେ ।
ଆଉ
ବନ୍ଧୁତ୍ୱର ବାରଣ୍ଡାରେ
ଦେହ ନୁହେଁ ଭାବନାର
ଭବ୍ୟ ଅନୁଚିନ୍ତା ମାନେ
ଦୀପ ହୋଇ ଜଳୁଥାନ୍ତି
ଜୁଇ ନିଆଁ ଜଳିବା ପାର୍ଯ୍ୟନ୍ତ ।



Rate this content
Log in

Similar oriya poem from Inspirational