STORYMIRROR

Sarojini Mishra

Classics Inspirational

4  

Sarojini Mishra

Classics Inspirational

ଅସ୍ତ ଓ ଅସ୍ତିତ୍ୱ

ଅସ୍ତ ଓ ଅସ୍ତିତ୍ୱ

1 min
13

ଅସ୍ତ ହୋଇଯିବା ଅର୍ଥ
ଅସ୍ତିତ୍ୱ ହରାଇବା ନୁହେଁ
କାହିଁକି ନା
ସୂର୍ଯ୍ୟ ବି ଅସ୍ତ ହୁଅନ୍ତି
ଚନ୍ଦ୍ରମାର ଆମନ୍ତ୍ରଣ ପାଇଁ 
ରାତ୍ରୀର ଅନ୍ଧକାର ଯାଏ
ସୂର୍ଯ୍ୟ ପୁଣି ଅରୁଣିମା ର ଛିଟାରେ
ଧରିତ୍ରୀରେ ଆଲୋକ ବାଟନ୍ତି ।

ସୃଷ୍ଟି ଆରମ୍ଭରୁ ସେ ଚାଲିଛନ୍ତି
ନା ଅଛି କ୍ଳାନ୍ତି
ନା ଅଛି ବିରକ୍ତି
ନା ଥକି ଯିବାର ଚିହ୍ନ
ଅସ୍ତିତ୍ବ ସେମିତି ଚକ୍ ଚକ୍ କରୁଛି ।

ନା କେହି ହରଣ କରିପାରିଛି
ତାଙ୍କର ଜଗରୁକତା
ନା କେହି ଓହରାଇ ଆଣିଛି
କରଣୀୟ କର୍ତ୍ତବ୍ୟରୁ
ନା କେହି ପରିବର୍ତ୍ତନ କରିପାରିଛି
ତାଙ୍କ ଭାବଧାରା
ଉଦୟ ଅସ୍ତର ମଝିରେ
ସେ ଜଳୁଛନ୍ତି
ହେଲେ କିରଣ ବାଣ୍ଟିବା ଥମି ଯାଇନି
ସମୟର ତାଳେ ତାଳେ
ସେ ଚାଲି ଛନ୍ତି
ବିଶ୍ଵ ହିତୈଷୀର ମନ୍ତ୍ର ଉଚ୍ଚାରଣ କରି
ସେ ଚାଲିଛନ୍ତି ଭେଦଭାବ ବିହୀନ
ମାନସିକତାର ପୁଞ୍ଜିକୁ
ଦିବ୍ୟତା ମଣ୍ଡିତ କରି।
ଏ ଉଦୟ ଅସ୍ତର ଶାବ୍ଦିକ ଅନ୍ତରୀକ୍ଷରେ
ସମସ୍ତେ ଘୁରି ବୁଲୁଛନ୍ତି
ହେଲେ ,
କେତେଜଣ ଅଛନ୍ତି
ଉଦୟ ଉପଭୋଗର ଅରୁଣିମା ରେ
ପହଁରୁ ପହଁରୁ
 ଆଲୋକ ବାଣ୍ଟିବାର ପ୍ରୟାସ କରିଛନ୍ତି
କେତେଜଣ ଉଦୟ ଅରୁଣିମା ଅନ୍ତରୀକ୍ଷରୁ
ଅସ୍ତାଚଳ ମଧ୍ୟରେ
ସମାନତା ର ମନ୍ତ୍ର ଫୁକିଛନ୍ତି
ଆଉ,
ଅସ୍ତାଚଳେ ପହଞ୍ଚି
ସ୍ଥିତ ପ୍ରଜ୍ଞତାର କବଚ଼ରେ
ବନ୍ଧିତ ହୋଇଛନ୍ତି
ବାଧିତ ନହୋଇ
କେତେଜଣ ଅଛନ୍ତି
ଅସ୍ତ କେବେ ବ୍ୟସ୍ତ କରିନି
ମନ ମାନସକୁ -
କେତେଜଣ ଅଛନ୍ତି
ଅସ୍ତମୁଖୀ ଅନ୍ଧାରକୁ ଦେଖି
ସ୍ଵୀକାରୋକ୍ତିର ଶଙ୍ଖ ଫୁଙ୍କିଛନ୍ତି
ଆଉ କେତେ ଜଣ ଅଛନ୍ତି
ଅସ୍ତରାଗ ରେ ବିରାଗ ନ ହୋଇ
ଦୃଢ ହୋଇ ଠିଆ ହୋଇ
ଅସ୍ତିତ୍ୱକୁ ବିଶେଷତ୍ଵ ଦେଇ
ଆଗକୁ ପାଦ ବଢ଼ାଇଛନ୍ତି । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics