STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ନିଜପାଇଁ

ନିଜପାଇଁ

1 min
13

ନାଁ ଆଜି ଜବାବ୍ ଦରକାର
ନାଁ , ପ୍ରଶ୍ନର ଉତ୍ତର
ନାଁ କାହା କଥାରେ ବିବ୍ରତ
ନାଁ, କାହା ଆସ୍ଥାରେ ଆଶ୍ୱସ୍ତ
ବାସ୍, ପାଦ ଉଠାଉଛି
ନିଜ ସାଥେ ନିଜେ ଚାଲିବାକୁ
ଆଖି ଖୋଲୁଛି
ନିଜକୁ ନିରେଖି ଦେଖିବାକୁ
ଆତ୍ମା କହୁଛି
ବିକ୍ଷିପ୍ତ ମନର ରଜ୍ଜୁ ଧରି
ତାକୁ ନିର୍ଲିପ୍ତ କରିବାକୁ ।

ହଁ, ଅନ୍ୟମାନଙ୍କୁ ବୁଝୁ ବୁଝୁ
ଥକିଯିବା ପରେ
ପାଦ ବଢାଇଛି
ନିଜକୁ ବୁଝିବାକୁ
ଅନ୍ୟ ପାଇଁ ଢ଼େର୍ ବଞ୍ଚି ସାରିବା ପରେ
ଏବେ ନିଜ ପାଇଁ ଟିକେ
ବଂଚିବାକୁ ବାହାରିଛି
କର୍ତ୍ତବ୍ୟ,ଦାୟୀତ୍ୱର
ବାହାନା ବାଜି କୋଥଳୀଟି
ଘର କୋଣେ ଥୋଇ
ବାହାରିଛି ନିଜ ପାଇଁ ନିଜେ ଜୀଇଁବାକୁ ।

କାହିଁକି ନା-
ମଣିଷଟେ ନିଜ ସହ ଯୋଡ଼ି ହୋଇଗଲେ
ସବୁଠାରୁ ବେଶୀ ଶାନ୍ତି ପାଏ
ଶୁଣିଛି- କିଛିଟା ଜାଣିଛି
ହଁ, ସେଇ କିଛିଟା ଜାଣିବାକୁ
ଅଣଦେଖା କରି କରି
ମୁଁ ଆଜି କ୍ଳାନ୍ତ -
ତେଣୁ ଆଜି ତାକୁ
ଜୀବନରେ ଉପଯୋଗ ପାଇଁ
ନିଶ୍ଚିତ କରିଛି -
ବାସ୍,
ନା କାହା ଠାରୁ ଚାହିଁବାର ଅଛି
ନା କାହାଠାରୁ ପାଇବାର ଅଛି
ନା ଅଛି କାହା ସହ
ଆଳାପ ଆଲୋଚନା
ବାସ୍, କେବଳ ନିଜ ସହ
ନିଜର ଆଳାପ କୁ ନେଇ
ବଂଚିବାକୁ ଚାହେଁ
ଆଉ ନିଜ ଭିତରୁ ସାଉଁଟିବାକୁ
ଚାହେଁ ସେଇ ଶାନ୍ତି
ଆଉ ସନ୍ତୋଷର ମୋତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational