STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ମାନବତା

ମାନବତା

1 min
10

ମାନବତା -
ମାନବ ସଙ୍ଗେ ଜଡିତ
ସ୍ରଷ୍ଟାଙ୍କର ସୁନ୍ଦର ଉପହାର
ନା ଜାତି ନା ଧର୍ମ
ନା ରୂପ ନା ରଙ୍ଗ
ସିଏ ତ ଜୀବ ପାଇଁ
ମହକ ବାଣ୍ଟୁଥିବା
ବାସ୍ନାୟିତ ଚନ୍ଦନର ବାସ
ସିଏ ତ ଜୀବ ପାଇଁ
ଯନ୍ତ୍ରଣାର ମହୋଷୌଧି
ଯାହାର ସ୍ପର୍ଶରେ
ଗଢି ଉଠେ ମନ ଶାନ୍ତି ସୌଧ ।

କହିଲେ ଦେଖି
ମାନବ ପାଖେ ମାନବତା ନ ଥିଲେ
ସିଏ କି ମଣିଷ ?
ମାନବତା ଚୌହଦୀରେ
ଦୟା, କ୍ଷମା,କରୁଣାର ବଟ ବୃକ୍ଷ
ଡାଳ ମେଲି ଛିଡ଼ା
ମାନବତା ଅଗଣାରେ
ପ୍ରେମ ସ୍ରୋତସ୍ବିନୀ ବହେ ନିରନ୍ତର
ଧର୍ମ ସଂପ୍ରଦାୟର ମିଛ ଅହଂରେ
ସେ ବନ୍ଧିତ ନୁହେଁ
ସେ ହିଁ ତ ଶ୍ରେଷ୍ଠ ଧର୍ମ ଏଇ ଭୂଖଣ୍ଡର ।

ମାନବତା ମଣିଷର ଶ୍ରେଷ୍ଠ ଭୂଷଣ
ମାନବତା ମଣିଷର ଶାନ୍ତିର ବନ
ମାନବତା ମଣିଷର ଅମୂଲ୍ୟ ଧନ
ମାନବତା ମଣିଷର ଚେତନା ସ୍ବନ
ମାନବତା ମଣିଷର ମନ କର୍ଷଣ
ମାନବତା ମଣିଷର ସନ୍ତୋଷ ପଣ
ମାନବତା ମଣିଷର ଶ୍ରେଷ୍ଠ ପୂଜନ
ମାନବତା ମଣିଷର ସ୍ରଷ୍ଟା ପାଇଁ ଶ୍ରେଷ୍ଠ ଅର୍ପଣ ।

ଆଉ ମାନବତା-- !!!
ସ୍ଥାନ ସର୍ବୋଚ୍ଚ
ମାନ ଆଦୃତ
ଆତ୍ମା ସନ୍ତୁଷ୍ଟ - ଚେତନା ସିକ୍ତ
ବନ୍ଧନ ରିକ୍ତ - ସ୍ୱାର୍ଥ ରହିତ
ଜୀବନ ମୁକ୍ତ -  ଶାନ୍ତି ଶ୍ରୀକ୍ଷେତ୍ର
ନିର୍ଭୟ ଗାତ୍ର ।

ହଁ, ମାନବତାର ଉପଲବ୍ଧି
ଜୀବନ ରାସ୍ତାର ସବୁଠାରୁ
ଅମୂଲ୍ୟ ଉପାଦାନ
ଜୀବନ ଦିଗ୍ ଦର୍ଶନର
ଶକ୍ତ ଆଉ ପବିତ୍ର ଜଡ଼
ମାନବତା ହୃଦୟ ତନ୍ତ୍ରୀର
ଶ୍ରେଷ୍ଠ ନିର୍ଯ୍ୟାସ
ମାନବତା ମାଟି ସଂଲଗ୍ନ
ଚେତନା ସିକ୍ତ, ବିବେକ ଗ୍ରହୀତ ଜିଜ୍ଞାସାର ସର୍ବୋତ୍ତମ ଉତ୍ତର
ଆଉ
ଆତ୍ମ ଉପଲବ୍ଧିର ଦିବ୍ୟ ସ୍ରିଙ୍ଗାର । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational