STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ବାଣ୍ଟିବ ତ ସୁଖ ବାଣ୍ଟ

ବାଣ୍ଟିବ ତ ସୁଖ ବାଣ୍ଟ

2 mins
9

ଶୀର୍ଷକ : - "ବାଣ୍ଟିବୁ ତ ସୁଖ ବାଣ୍ଟ୍"
🌹🌹🌹🌹🌹🌹🌹🌹🌹🌹🌹🌹

ଦୁଃଖର ଅନ୍ଧାରି ଗୁମ୍ଫାରୁ
ଦୁଃଖର ଟୋକରୀଟା ଧରି
ବାହାରିଛୁ !!!!!!!
ଖୁବ୍ ଭଲ
ହେଲେ,
ତାକୁ ଜମା ବି ବାଣ୍ଟେନା
କାହିଁକି ଜାଣିଛୁ
ଯେତିକି ବାଣ୍ଟିବୁ
ତାହା ହଜାର ହଜାର ଗୁଣ ହୋଇ
ତୋ ପାଖକୁ ଫେରି ଆସିବ
ଯାହା ତୋ ଭାବନାର
ପରିସରେ ପଶି ନଥିବ ...
ତୁ ଭାବୁଛୁ-
ତୋ ଦୁଃଖକୁ ବାଣ୍ଟି ବାଣ୍ଟି
ତୁ ହାଲୁକା ହେବୁ
ହେଲେ ସେ ସୂତ୍ର ବଦଳି ଯାଇଛି
ତୋତେ ଆଜି
ଖୁବ୍ ତଲାସ୍ କରିବାକୁ ପଡିବ
ତୋ ଦୁଃଖ ଶୁଣିବା
ସମ୍ବେଦନ ଶୀଳ ମଣିଷଟି କୁ
ଯିଏ ଆପଣା ପଣରେ
ସହୃଦୟତାରେ ତୋ ଦୁଃଖକୁ
ବୁଝି ପାରୁଥିବ
ଯିଏ ତୋତେ କୋଳେଇ ନେଇ
ମୁଣ୍ଡ ଥାପୁଡେଇ
କହୁଥିବ "ସବୁ ଠିକ୍ ହୋଇଯିବ,
ବ୍ୟସ୍ତ ହୁଅନା "।
ସ୍ଵାର୍ଥର ଦିଗନ୍ତରୁ ଛିଟିକି
ଯିଏ ତୋ ମନରେ
ମନୋବଳର ମଞ୍ଜି ବୁଣିଦେବ ।

ତା ନ ହେଲେ
ଅପାତ୍ରରେ ଦାନ ପରି
ତୋ ଦୁଃଖ ମାନେ
ଏଣେ ତେଣେ ଅନ୍ୟ ରୂପ ରଙ୍ଗ ନେଇ
ଧାଁ ଧପଡ଼ କରୁ ଥିବେ
ଆଉ ତୁ
ଆଉ ତୁ ଅନୁଶୋଚନା ବୋଝକୁ ମୁଣ୍ଢେଇ
କ୍ଳାନ୍ତ ହୋଇଯିବୁ ।

ତେଣୁ ଗୋଟେ କାମ କର
ତୋ ଦୁଃଖ ର ବହଳ ଆସ୍ତରଣକୁ
ଟିକିଏ ଆଡ଼େଇ ଦେଖ୍
ଦେଖିବୁ ,
ତା ତଳେ ଚିକ୍ ଚିକ୍ କରୁଛି
ସୁଖଦ ମୋତି
ଯିଏ ଦିନେ ତୋତେ
ଖୁବ୍ ଖୁସୀ, ଖୁବ୍ ଶାନ୍ତି
ଆଉ ଖୁବ୍ ତୃପ୍ତି ଦେଇ ଥିଲା ।
ଯେଉଁଠି ତୁ ମାଟି ବାରଣ୍ଡାରେ
ସନ୍ତୋଷର ଫୁଲ ଫୁଟାଉ ଥିଲୁ
ଯେଉଁଠି ଅର୍ଥର ଅନର୍ଥ ନଥିଲା
ହେଲେ
ପ୍ରୀତିର ସମ୍ମୋହନ ଥିଲା
ତୋ ବାଣୀର ବୀଣାରେ
ତନ୍ମୟତାର ଭାବ ଥିଲା
ଯେଉଁଠି ତୋ ବ୍ୟକ୍ତିତ୍ୱର ଆକର୍ଷଣ
ସ୍ଵଚ୍ଛନ୍ଦ ସମ୍ମାନ ମାନେ
ତୋ ଚାରିପଟେ ଘୁରି ବୁଲୁ ଥିଲେ -
ଏମିତି ଅନେକ କିଛି -
ଥରେ ତ ନିଜ ଭିତରକୁ
ଚକ୍ଷୁ ନିକ୍ଷେପ କର
ଅନେକ ସୁଖଦ ମୁହୂର୍ତ୍ତକୁ ପାଇଯିବୁ
ଆଉ ,
ସେ ସବୁକୁ ମାଳା କରି
ବାଣ୍ଟି ଯା
ହଁ ,ବାଣ୍ଟିବୁ ତ
ତୋ ସୁଖକୁ ମାଳା କରି ବାଣ୍ଟି ଯା
ଦେଖିବୁ ,
ତୋ ଦୁଃଖ ମାନେ
ଦୁଃଖି ହୋଇ ନିର୍ବାସନ ନେବେ
ଆଉ,
ସୁଖ ର ଉର୍ଜାରେ ତୋ ମନ ମାନସ
ମହକି ଉଠିବ
ଆଉ ତୋ ମନରେ ଗଢି ହୋଇଯିବ
ସନ୍ତୋଷ ମହଲ
ତେଣୁ,
ଦୁଃଖ ପାହାଡ଼ରେ ମୁଣ୍ଡ ନ ବାଡେଇ
ଦୁଃଖକୁ ଅପାତ୍ରରେ ନଭରି
ବରଂ , ସୁଖର ଝଲକକୁ ସାଉଁଟି ନେ
ଆଉ ,
ବାଣ୍ଟିବୁ ତ ଆନନ୍ଦ ଉପଲବ୍ଧିକୁ
ସଭିଙ୍କ ସାମ୍ନାରେ ଉପଲବ୍ଧ କରା
ଦେଖିବୁ ତୋ ବାଣ୍ଟିବାଟା
ସାର୍ଥକ ହୋଇଯିବ
ତେଣୁ ତୋତେ କହୁଛି -
ବାଣ୍ଟିବୁ ତ ସୁଖ ବାଣ୍ଟ୍
କାହିଁକି ଜାଣିଛୁ
ଦୁଃଖ ନେଇ ଦୁଃଖ ବୁଝିବା ଭଳି
ମଣିଷ ଟିଏ ପାଇବା
ସତରେ ଆଜି ବଡ଼ ଦୁଃସାଧ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational