STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ସେ ସବୁ ଦେଖୁଛି

ସେ ସବୁ ଦେଖୁଛି

2 mins
3

ତୁ କେତେଥର ହରିଦ୍ୱାର ଗଲୁ
କେତେଥର ବଦ୍ରି ଧାମ ଗଲୁ
କେତେ ଥର ଚାରିଧାମ ଯାତ୍ରା କଲୁ
କେତେ ମନ୍ଦିର ଭ୍ରମଣ କଲୁ
ସେ ହିସାବ ଉପବାଲା
ରଖୁଥିବ କି ନା ଜାଣିନି
ହେଲେ,
ତୋ ଘରର ମନ୍ଦିର ଟି ରେ
ତୁ କି ପୂଜା କରୁଛୁ
ସେଇଟା ସେ ନିଶ୍ଚୟ ଦେଖୁଛି
ସେ ଦେଖୁଛି ତୁ ତୋ ଘରଟିକୁ
ମନ୍ଦିର କରି ପାରିଛୁ  କି ନା..
ସେ ସବୁ ଦେଖୁଛି -
ସେ ଦେଖୁଛି
ତୋ କର୍ମର ପୂଜାରେ
ତୁ କି ନୈବେଦ୍ୟ ଅର୍ପଣ କଲୁ
ସମସ୍ତଙ୍କ ଆଖି ଆଢୁଆଳର
ଦୁଷ୍କର୍ମ ର କୋଥଳୀ
ନା ,
ସୁକର୍ମ ର ମହ ମହ ବାସ୍ନାୟିତ ଭାବ
ସିଏ ସବୁ ଦେଖୁଛି
ତୁ ମାଟି ଘରକୁ
ବୈକୁଣ୍ଠ କରିଛୁ
ନା
ନର୍କ କରି ଦେଇଛୁ
ଆଉ
ସିଏ ବି ଦେଖୁଛି
ତୋ ମହ ମହ ବାସୁଥିବା
କଥା ଅନ୍ତରାଳେ
କଣ ଲୁଚି ରହିଛି ।
ତୁ ତାକୁ ମନ୍ଦିରରେ ଦେଖୁଛୁ
ସେ ତୋତେ ଘରେ ଦେଖୁଛି
ଦେଖୁଛି ତୋ ଜୀବନ୍ତ ଠାକୁରଙ୍କୁ
ଦେଖୁଛି ତାଙ୍କର ପୀଡାକୁ
ତା ମନ ବି ଆନ୍ଦୋଳିତ ହେଉଛି
ଆଉ - ଜାଣିଛୁ ...
ତୋ କଥା ସେ କିଛି ବି ଶୁଣି ପାରୁନି ।

ସେ ସବୁ ଦେଖୁଛି
ତୋ କର୍ମ ଦିହୁଡିର ସତ୍ୟତା
ତୋ ଛଳ ଛଳ ଜୀବନର
କଳ କଳ ନାଦ
ସେ ଦେଖୁଛି -
ତୋ ଜୀବନ ସମୀକରଣ
ସମାଧାନର ସମସ୍ତ ପାହାଚ଼କୁ ।

ତୁ ମନ୍ଦିର ବେଢାରେ ମୁଣ୍ଡ ନୁଆଁଉଛୁ
ସେ ଖୋଜୁଛି
ଅସହାୟତା ର ପଥ ପ୍ରାନ୍ତେ
ତୋ ମୁଣ୍ଡ ନଇଁଛି କି ନା
ସତ୍ୟ ଆଉ କରୁଣାର
ପୁଣ୍ୟ ଇଲାକା ଟା
ତୋ ଗର୍ବକୁ ଧୋଇ ନେଇ
ମଣିଷ ପଣିଆକୁ
ଆପଣେଇଛି କି ନା
ସେ ସବୁ ଦେଖୁଛି
ତୁ ତାକୁ ନୈବେଦ୍ୟ ଦେଉଛୁ
ହେଲେ
ସେ ତୋତେ ଗର୍ବ ,ହିଂସା, ଦ୍ବେଷ,
ଆଉ ଘୃଣାକୁ ଅର୍ପି ଦେବାକୁ କହୁଛି
ତୁ ଭାବୁଛୁ
ମନ୍ଦିର ଯାଇ ଧର୍ମ କରୁଛୁ
ପାପ ଧୋଉଛୁ
ସେ କିନ୍ତୁ ତୋତେ
କର୍ମ ମାଗୁଛି
ତେଣୁ,
ଜୀବନର ଅନ୍ତେ
ଗନ୍ତବ୍ୟର ପଥେ
ଉପରେ ଯାଇ
କି ଉତ୍ତର ଦେବୁ
ଭାବି ରଖି ଥାଆ
ସେ କିନ୍ତୁ ସବୁ ଦେଖୁଛି
ହଁ ହଁ ସେ ସବୁ ଦେଖୁଛି ।









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational