STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବୈଷ୍ଣବଜନ ତାକୁ କହି

ବୈଷ୍ଣବଜନ ତାକୁ କହି

2 mins
18


ମୂଳ ଗୁଜୁରାଟୀ ରଚନା - ବୈଷ୍ଣବ କବି ନର୍ସୀ ମେହେଟ୍ଟା

ମର୍ମାନୁବାଦ - ଅର୍ଜୁନୀ ଚରଣ ବେହେରା 

      


ନର୍ସି କହନ୍ତି ବାକ୍ୟ ସାର l

           ବୈଷ୍ଣବ ଜନର ବେଭାର ll

ଶୁଣ ସୁଜନେ ମନ ଦେଇ l

            ବୈଷ୍ଣବ ଜନ ତାକୁ କହି ll

ଯେ ପାରେ ପର ପୀଡ଼ା ଜାଣି l

          ପରୋପକାରେ ଥାଏ ପୁଣି ll

ମାନାଭିମାନ ନାହିଁ ମନେ l

           ସୁଖ ଦୁଃଖକୁ ସମ ମଣେ ll

ସକଳ ଲୋକରେ ସମ୍ମାନ l

            ନିନ୍ଦା ନକରେ କଦାଚନ ll

କାହାକୁ ନ ଦିଅଇ ଦୁଃଖ l

          ନିର୍ମଳ ରଖେ ନିଜ ବାକ୍ୟ ll

ଧନ୍ୟ ମନୁଷ୍ୟ ଜନ୍ମ ତାର l

           ଧନ୍ୟ ତା ଜନନୀ ପିଅର ll

ଯେ ଜନ ସର୍ବେ ସମ ଦେଖେ l

      

;   ତୃଷ୍ଣାକୁ ତେଜଇ ପ୍ରତ୍ୟକ୍ଷେ ll

ପର ଦାରାକୁ ମଣେ ମାଆ l

      ମିଥ୍ୟା ନବୋଲେ ଥାଇ ଜିହ୍ୱା ll

ତୁଚ୍ଛ ମଣଇ ପର ବିତ୍ତ l

           ସ୍ପର୍ଶ ନକରେ ଥାଇ ହାତ ll 

ଅନ୍ତରେ ନାହିଁ ମୋହ ମାୟା l

        ଦୃଢ଼ ବୈରାଗ୍ୟ ସ୍ୱଚ୍ଛ କାୟା ll

ତୁଣ୍ଡରେ ସଦା ହରିଗୁଣ l

            ଶ୍ରୀହରି ନାମ ସଙ୍କୀର୍ତ୍ତନ ll

ସକଳ ତୀର୍ଥ ତା ଦେହରେ l

         ବସନ୍ତି ବୈଷ୍ଣବ ବେଭାରେ ll 

ଛନ୍ଦ କପଟ ନାହିଁ ହୃଦେ l

    ନପଡ଼େ କେବେ କାମ କ୍ରୋଧେ Il

ଏମନ୍ତ ବୈଷ୍ଣବ ବେଭାର l

        ସେ ଜନେ ମୋର ନମସ୍କାର ll

ପରମ ମଙ୍ଗଳ ଏ ବାଣୀ l

      ଘେନା କରିବେ ସୁଧୀ ଶ୍ରେଣୀ ll

ଭଣିଲେ ନରସି ଭଗତ l

             ସାଧୁ ପରମ ଭାଗବତ ll

            


Rate this content
Log in

Similar oriya poem from Inspirational