ଉପହାର
ଉପହାର
ଉଛ୍ସବ ବ୍ୟସନ ମେଳା ମଉଛବ
ହେଉ ଦୁଃଖ ଅବା ଖୁସି
ନିମନ୍ତ୍ରଣ ପାଇଁ ବନ୍ଧୁ ଦେଇଥାନ୍ତି
ପରିସ୍ଥିତି ଦେଖି ଭେଟି ।
ଆମ ପରମ୍ପରା ଆମର ସଂସ୍କୃତି
ହେଉ ବା ନୀତି ଆଦର୍ଶ
ରିକ୍ତହସ୍ତେ ଅନ୍ୟ ଉଛ୍ସବେ ପ୍ରବେଶ
ଭାବିଥାଉ ଅପରାଧ ।
ଏବେ ଆଉ ନାହିଁ ସେ କାଳ ପଖାଳ
ରହିଅଛି କିଛି ଛିଟା
ସ୍ନେହ ପ୍ରେମର ସେ ଶ୍ରଦ୍ଧା ଉପହାର
ହୋଇଲାଣି ଲୋକ ଦେଖା ।
ଦୁଃଖ ପଡିଥିଲେ ସଂସାର ଭିତରେ
ବୁଲି ବୁଲି ଗୋଡ ଧରେ
ସୁଖ ହୋଇଗଲେ ଚାହେଁ ନାହିଁ କେବେ
କାହାକୁ ଆଡ ଆଖିରେ ।
ସମ୍ମାନ କରିଲେ ସମ୍ମାନ ମିଳଇ
ଦେଇଥିଲେ କିଛି ପାଇ
ଶ୍ରଦ୍ଧା ଉପହାର ଓଜନ ହେଲାଣି
ବଡ଼ ସାନ ଭେଦ ନେଇ ।
ଚନ୍ଦନ ମିଶ୍ର
