ଘର
ଘର
1 min
300
ସରଗ ଠାରୁ ବି ଅଧିକ ସୁନ୍ଦର
ଅଟଇ ଆମର ଘର
କେତେ ମାଡଗାଳି କେତେ ରାଗଋଷା
ମନରେ ନଥାଏ କାର ॥
ବାହାର ଖବର ବାପା ବୁଝିଥାନ୍ତି
ବୋଉ ବୁଝିଥାଏ ଘର
ପାତର ଅନ୍ତର ନଥାଏ ମନରେ
ସମାନ ସ୍ନେହ ଆଦର ॥
ବାପଠାରୁ ବେଶୀ ବୋଉ ମାରିଥାଏ
ଖାତିର୍ ନଥାଏ କାର
ବାପାଙ୍କର ଗାଳି ବେଶୀ ବାଧିଥାଏ
ତେଣୁ ମନେଥାଏ ଡର ॥
ପୁନେଇଁ ପରବ ଅତି ମନଛୁଆଁ
ଅଦିନିଆ ଦେଖାଚାହାଁ
ବାପା ଆଣିଦ୍ୟନ୍ତି ନୂଆ ଜାମାପଟା
ବୋଉ କରେ ପିଠାପଣା ॥
ଛୁଟିରେ ସମସ୍ତେ ଘରକୁ ଆସନ୍ତି
ବନ୍ଧୁ ବାନ୍ଧବ ଓ ଗୋଷ୍ଠୀ
ଛୁଟି ଚାଲିଯାଏ ଛୁଟି ର ବାଟରେ
ଜଣାପଡେ ନାହିଁ କିଛି ॥
କେତେ ସ୍ମୃତି କେତେ ଅନୁଭୂତି ନେଇ
ଗଢା ଆମ ଏଇ ଘର
ହେଇଥାଉ ପଛେ ମାଟି କାନ୍ଥ ଟିଏ
କଥା ସରିବନି ତାର ॥
ଚନ୍ଦନ ମିଶ୍ର
