STORYMIRROR

Chandan Mishra

Others

2  

Chandan Mishra

Others

ତୋ ଇଚ୍ଛା ରେ ଚାଲେ ସାରା ସଂସାର

ତୋ ଇଚ୍ଛା ରେ ଚାଲେ ସାରା ସଂସାର

2 mins
10.6K



ଯୁବରାଜ କଲା ହସ୍ତିନା ପୁରେ

ଯୁଧିଷ୍ଠିର ଖ୍ୟାତି ବ୍ୟାପିଲା ଦେଶେ

ନିଜ ଭାଇ ବନ୍ଧୁ ନିଜ ବଇରି

ସହି ନ ପାରିଲେ ଯୁଧି‌ଷ୍ଠି ଖ୍ୟାତି

ଜୀବନ ସଂଗ୍ରାମେ ଘଟେ ଏପରି

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର

ଜାଣେ ମୁଁ କହ୍ନେଇ ନାଟ ତୋହର //


ଧୃତରାଷ୍ଟ୍ର ମନେ କଲା ବିଚାର

ଭିନ୍ନେ କରି ଦେବା ସବୁଠୁ ଭଲ,

ଇନ୍ଦ୍ରପ୍ରସ୍ଥେ ରାଜା ହେବ ଯୁଧିଷ୍ଠି

ମୋ ପୁଅ ହୋଇବ ରାଜା ଏଇଠି,

ପୁତ୍ର ସେହ୍ନେ ସବୁ ହେଲା ଅନ୍ଧାର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର....


କର୍ମ କୁ ଆଦରି ପାଣ୍ଡବ ଗଣ

ଇନ୍ଦ୍ରପ୍ରସ୍ଥ ରାଜ୍ୟେ ହେଲେ ହାଜର

ରହିବା ନିମନ୍ତେ ନଥିଲା ଘର

ଶ୍ରୀକୃଷ୍ଣ ଗଢିଲେ ସୁନ୍ଦର ପୁର

କର୍ମ ଏକା ସାଧି ଅଟେ ଆମର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର....


ଇନ୍ଦ୍ରପ୍ରସ୍ଥେ ରାଜା ହେଲା ଯୁଧିଷ୍ଠି

ଖ୍ୟାତି ବି ବଢିଲା ଆଗଠୁ ବେଶୀ

ଗୁଣ ଥିଲେ ସିନା ଚିହ୍ନେ ଗୁଣିଆ

ପ୍ରଶଂସା କରନ୍ତି ସାରା ଦୂନିଆ

ଅବିବେକୀ ଭାବେ ମିଥ୍ୟା ପ୍ରଚାର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର.....


ତୁଣ୍ଡ ବାଇଦ ଯେ ସହସ୍ର କୋଷ

କଥା ପହଞ୍ଚିଲା ହସ୍ତିନା ଦେଶେ

ର୍ଦୁଯ୍ୟୋଧନ ମନେ ପୁଣି ଆତଙ୍କ

ସହି ହୁଏ ନାହିଁ ଯୁଧିଷ୍ଠିର ର ଯଶ

ପ୍ରତିଯୋଗିତା ଯେ ଲକ୍ଷ୍ୟ ଆମର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର....


ର୍ଦୁଯ୍ୟୋଧନ ମାମୁଁ ନାମ ଶଙ୍କୁନୀ

କପଟ ପଶାରେ ମହାନ ଗୁଣି

ନିମନ୍ତ୍ରଣ ଦେଲା ଯୁଆ ଖେଳ କୁ

ଯୁଧି‌ଷ୍ଠି ଗ୍ରହଣ କଲା ତାହାକୁ

ଦୋଷ ପୁଣି ଦେବ ଏଠି କାହାର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର.....


ନିମନ୍ତ୍ରଣ ପାଇ ପାଣ୍ଡବ ଗଣ

ହସ୍ତିନା ପୁର ରେ ହେଲେ ହାଜର

ସ୍ବାଗତ କରିଲେ ସର୍ବେ ତାହାଙ୍କୁ

ଶଙ୍କୁନୀ ଡାକଇ ଯୁଆ ଖେଳ କୁ

ନିଜ ପାଇଁ ଗାଢ ଖୋଳେ ପାଣ୍ଡବ

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର.....


ତିନି ଥର କରି ହାରେ ଯୁଧିଷ୍ଠି

ସରିଗଲା ସବୁ ଧନ ସମ୍ପତ୍ତି

ମରଦ ପଣିଆ ଧିକ୍ ତୋହର

ଯୁଆ ରେ ହାରିଲୁ ଘରଣୀ ତୋର

ନିଶା ସର୍ବନାଶ କରେ ନିଜର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର..... (କ୍ରମଶଃ)




Rate this content
Log in