STORYMIRROR

Chandan Mishra

Others

3  

Chandan Mishra

Others

ପ୍ରକୃତି ଲକ୍ଷଣ

ପ୍ରକୃତି ଲକ୍ଷଣ

1 min
828



ସଂସାରର ମଧ୍ୟରେ ବାସ କରିଥାନ୍ତି

ଭିନ୍ନ ଭିନ୍ନ ପ୍ରକୃତିର ଯେ ଜନ

ଗୁଣ୍ଡା ବଦମାସ୍ ବଦଳି ପାରନ୍ତି

ବଦଳି ନ ପାରେ ଚରିତ୍ରହୀନ ‼️

ଶୁଣିଥିଲି ପୂର୍ବେ କହିଯାଇ ଥିଲେ

ପୂର୍ବକାଳର ଯେ ଗୁରୁଜନ,

ଚୋରି ନାରୀ ପରା ପ୍ରକୃତି ଲକ୍ଷଣ

କୁକୁର ଲାଙ୍ଗୁଳ ସଙ୍ଗେ ସମାନ ‼️

ଅମାପ ସମ୍ପତ୍ତି ପାଖରେ ଥିଲେ ବି

ନେତା ଯନ୍ତ୍ରୀ କରିଥାନ୍ତି ଚୋରି

ଲମ୍ପଟ ପୁରୁଷ ଛାଡଇ କି କେବେ

ଚୋରା ପୀରତି ର ନିନ୍ଦା କିରତୀ ‼️

ଆଗରେ କହନ୍ତି ମଧୁର ବଚନ

ପଛରେ କରନ୍ତି ନିନ୍ଦା ପ୍ରଚାର

ସହଜ ନୁହଇଁ ମଣିଷ ଚିହ୍ନିବା

ମୁଖା ପିନ୍ଧିଥାନ୍ତି ଭଦ୍ର ଲୋକର ‼️

ଖଳ ପ୍ରକୃତିରେ ପରମାଦ ଥାଏ

ଏକଥା ସମସ୍ତେ ଥାଆନ୍ତି ଜାଣି,

ପ୍ରକୃତି ଲକ୍ଷଣ କଣ ସେ କରିବ

ଯୋଗୀଋଷି ଯହିଁ ପଡନ୍ତି ଢଳି ‼️

ଚନ୍ଦନ ମିଶ୍ର, ଫୋନ _977606577


Rate this content
Log in