ତୋ ଇଚ୍ଛା ରେ ଚାଲେ ସାରା ସଂସାର_୪
ତୋ ଇଚ୍ଛା ରେ ଚାଲେ ସାରା ସଂସାର_୪
ହସ୍ତିନା ନଗରୀ ଉଠିଲା ଥରି
ର୍ଦୁଶାସନ ଭିଡେ ଦ୍ରୌପଦୀ ଶାଢୀ
ପୂର୍ବ ଅପମାନ ମନେ ଥିଲା ତାର
ଯେଣୁ ହସିଥିଲା ଦେଖି ପାଞ୍ଚାଲୀ
ଥଟ୍ଟା କରିବନି କେବେ କାହାର
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛା ରେ ଚାଲେ ସାରା ସଂସାର
ଜାଣେ ମୁଁ କହ୍ନେଇ ନାଟ ତୋହର //
ପୋଡି ଯାଉ ତାର ଶିକ୍ଷା ସଂସ୍କାର
ଧୃତରାଷ୍ଟ୍ର ପୁଅ ଏଡେ ପାମର
ଯେଉଁ ସଭା ମଧ୍ୟେ ଗୁରୁଜନ ଛନ୍ତି
ର୍ଦୁଶାସନ କରେ ବସ୍ତ୍ର ହରଣ
ସଂସ୍କାର ରୁ ମିଳେ ବଂଶ ପରମ୍ପରା
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛା ରେ ଚାଲେ ସାରା ସଂସାର......
ଦ୍ରୌପଦୀ ଆତୁରେ ଡାକଇ କୃଷ୍ଣ
ଏ ଘୋର ସଙ୍କଟୁ କ୍ରୀଷ୍ଣା କୁ ରଖ
ନାରୀର ସମ୍ମାନ ରକ୍ଷା ପାଇଁ ହରି
ଖୋଲି ଦେଇଥିଲେ ବସ୍ତ୍ର ଭଣ୍ଡାର
ବୃଥା ଅହଂକାର ଗଲା ତାହାର
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛା ରେ ଚାଲେ ସାରା ସଂସାର......
ରାଗରେ କମ୍ପିଲା ସେଠି ଦ୍ରୌପଦୀ
ଭଛ୍ଛନା କରିଲା ତାର ପତି କି
ଯେଉଁ ଦିନ ଯାଏଁ ୟାଙ୍କୁ ନ ବଧିବ
ନ ବାନ୍ଧିବି ମୁହିଁ ମୋହର ଚୁଟି
ନାରୀ କରି ପାରେ ସ୍ରୁଷ୍ଟି ସଂହାର
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛା ରେ ଚାଲେ ସାରା ସଂସାର......
ଝିମିଟି ଖେଳ ରୁ ମହାଭାରତ
ନ ବୁଝିଲା କିଛି ମାନଗୋବିନ୍ଦ
ବାର ବର୍ଷ ସିଏ ବନେ ବୁଲିବେ
ଅଜ୍ଞାତ ବାସରେ ବର୍ଷେ ରହିବେ
ମାନ ଅଭିମାନ ନିଜ ବଇରି
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛା ରେ ଚାଲେ ସାରା ସଂସାର......
ଧରା ପଡିଗଲେ ପୁଣି ଆରମ୍ଭ
ସର୍ତ୍ତ ମାନିବାକୁ ପାଣ୍ଡବ ବାଧ୍ୟ
ହେଲେ ନିରୁପାୟ ଗଲେ ବନକୁ
ବାହୁନିବେ କଣ ନିଜ ଦୋଷ କୁ
ଯୁଆ ଭାଙ୍ଗି ଦେଲା ସୁନାସଂସାର
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛା ରେ ଚାଲେ ସାରା ସଂସାର.....
ବନବାସ ସାରି ଆସିଲେ ଫେରି
ଛୁଞ୍ଚିଗ୍ରେ ମେଦିନୀ ଦେଲାନି ସେହି
କହେ ର୍ଦୁଯୋଧନ କର ସମର
ଶକ୍ତି ଥିଲେ ନିଅ ଜମି ତୁମର
ଅହଂ ନାଶ କରେ କୀତ୍ତି ନିଜର
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛା ରେ ଚାଲେ ସାରା ସଂସାର....
ସବୁ ଚେଷ୍ଟା ଯେବେ ହେଲା ବିଫଳ
ସମର ଟା ହେଲା ମୁଖ୍ୟ ଆଧାର
ଜଣାଇବା ପାଇଁ ଏହି ଖବରକୁ
ଶ୍ରୀକୃଷ୍ଣ ପାଖରେ ପାର୍ଥ ହାଜର
ପରୀକ୍ଷା ଚାଲିଛି ନିଜ ଭାଗ୍ୟ ର
ଜାଣେ ମୁଁ କହ୍ନେଇ ନାଟ ତୋହର
ତୋ ଇଚ୍ଛା ରେ ଚାଲେ ସାରା ସଂସାର
ଜାଣେ ମୁଁ କହ୍ନେଇ ନାଟ ତୋହର.... (କ୍ରମଶଃ)
