STORYMIRROR

Chandan Mishra

Tragedy

3  

Chandan Mishra

Tragedy

ବିଚିତ୍ର ବ୍ୟବସ୍ଥା

ବିଚିତ୍ର ବ୍ୟବସ୍ଥା

1 min
166

ଆଗକୁ ଦେଖିଲି ପଛକୁ ଦେଖିଲି

ଦେଖାଗଲା ନାହିଁ କିଛି,

ସରକାର କୁହେ ସଭିଏଁ ସମାନ

ଜାତିପ୍ରଥା ନାହିଁ କିଛି,

କିନ୍ତୁ ଆରକ୍ଷଣ ନାମେ ରାଜନୀତି କରେ

ବୁଝି ହୁଏ ନାହିଁ କିଛି ‼️


ଆଇନି ଆଗରେ ସଭିଏଁ ସମାନ

ସାନ ବଡ଼ ନୁହେଁ କେହି,

ବିନା ଜାତିଗତ ପ୍ରମାଣପତ୍ରରେ

କାମ କିଛି ହୁଏ ନାହିଁ,

କିନ୍ତୁ ଭିନ୍ନ ଭିନ୍ନ ମତ ସଭିଏଁ ରଖନ୍ତି

ବୁଝି ହୁଏ ନାହିଁ କିଛି ‼️


ଖାଦ୍ୟ ଚିନ୍ତା ସାରା ଦେଶରେ ପଡିଛି

ଦର ଦାମ୍ ହୁ ହୁ ଯେ ବଢୁଛି,

ସେଥିପାଇଁ ବହୁ ଯୋଜନା ହେଉଛି

କାମ ଦେଉ ନାହିଁ କିଛି,

ଋଣ ଚିନ୍ତା ପାଇଁ ଚାଷୀ ଆତ୍ମହତ୍ୟା

ବୁଝି ହୁଏ ନାହିଁ କିଛି ‼️


ସରକାର କୁହେ ନ ବଢାଅ ତୁମେ

ଦେଶରେ ଯେ ଜନସଂଖ୍ୟା,

ସେଥିପାଇଁ ପରା ବେକାର ସମସ୍ୟା

ଦେଖାଦିଏ ଦେଶ ସାରା,

ଜନସଂଖ୍ୟା ଠାରୁ ଅଧାଅଧି ହେବ

ଦେଶରେ ଶରଣାର୍ଥୀ

ତାଙ୍କ ଭଲ ମନ୍ଦ ସରକାର ବୁଝନ୍ତି

ବୁଝି ହୁଏ ନାହିଁ କିଛି ‼️


ନୀତି ଓ ଆର୍ଦଶ ଲାଗେ ନୂଆ ନୂଆ

ମିଳିମିଶି କରି ଦେଶକୁ ଲୁଟିବା

ଆଉ ସମ୍ବିଧାନ ନାମେ ଭୂଆଁ ବୁଲାଇବା

ତଥାପି ଜନତା ତା ଫାସେ ପଡନ୍ତି

ଭୋଟ ଦେଇ ତାକୁ ରାଜା କରିଥାନ୍ତି

ବୁଝି ହୁଏ ନାହିଁ କିଛି ‼️



ଚନ୍ଦନ ମିଶ୍ର, ୯୭୭୬୦୬୫୭୭୮





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy