STORYMIRROR

Chandan Mishra

Others

3  

Chandan Mishra

Others

ପାଗଳର ପ୍ରଳାପ

ପାଗଳର ପ୍ରଳାପ

1 min
388


ଅଦୃଷ୍ଟ ହସୁଛି ଲୁଚି ଲୁଚି କରି

ନିୟତି କହୁଛି ନୟନ ଠାରି,

ନିରପେକ୍ଷ ମୁଁ ତ ରହିପାରିବିନି

ଆତ୍ମ ଘୋଷିତ ମୁଁ ପାଗଳ କବି ‼️


ଜିତିବା ହାରିବା ଯଶ ଅରଜିବା

ଏହି ତ କେବଳ ଗୋଟିଏ ସୁଖ,

ଗୋଲକ ଧନ୍ଦା ର ବାଟ ଫିଟିଯାଏ

ସଫଳତା ଆସେ ହାତର ପାଶେ ‼️


ସଳଖ ସୁନ୍ଦର ପାହାଚ ଗୁଡିଏ

ତଳୁ ଉପରକୁ ଯିବାକୁ ହୁଏ,

କିଏ ଚାଲିଯାଏ କିଏ ପଡିଯାଏ

ତଥାପି ସଂଘର୍ଷ ସରି ନ ଯାଏ ‼️

ଚନ୍ଦନ ମିଶ୍ର,



Rate this content
Log in