STORYMIRROR

Chandan Mishra

Classics

3  

Chandan Mishra

Classics

ତୋ ଇଚ୍ଛାରେ ଚାଲେ ସାରା ସଂସାର-୫

ତୋ ଇଚ୍ଛାରେ ଚାଲେ ସାରା ସଂସାର-୫

1 min
9.8K



ଶୋଇଥିଲେ କୃଷ୍ଣ ପହଞ୍ଚି ପାର୍ଥ

ବସିଗଲେ ତାଙ୍କ ଚରଣ ପାଶେ

ଦେଖିକି ଶ୍ରୀକୃଷ୍ଣ ହୋଇଲେ ଖୁସି

ସମାଚାର ଶୁଣି ହେଲେ ବି ଦୁଖୀ

ସୁଖଦୁଃଖ ଭରା ଏହି ସଂସାର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର

ଜାଣେ ମୁଁ କହ୍ନେଇ ନାଟ ତୋହର //


ଭାଇ ଭାଗ ପାଇଁ ଲାଗିଛି ନାଟ

କୁହ କୃଷ୍ଣ ତୁମେ କାହାର ପଟେ

ର୍ଦୁଯ୍ୟୋଧନ କ୍ରୋଧେ କୁହେ ପଛରେ

ଯେଣୁ ବସିଥିଲା ଆସନ ପରେ

ସମ୍ପର୍କର ଡୋର ବଡ଼ କଠିନ

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର.....


ତୁମେ ଦୁଇ ଜଣ ମୋର ନିଜର

ଶସ୍ତ୍ର ଧରିବିନି ହାତ ରେ ମୋର

ଶ୍ରୀକୃଷ୍ଣ କହନ୍ତି ହେ ର୍ଦୁଯ୍ୟୋଧନ

ନାରାୟଣୀ ସେନା ଆଜିଠୁ ତୋର

ନିଜ କୁ ବାଣ୍ଟିଲେ ନିଜେ ଠାକୁର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର.....


ଯେଣୁ ଦେଖିଥିଲି ପ୍ରଥମେ ପାର୍ଥ

ସାରଥି ହେବି ମୁଁ ତାହାର ରଥେ

ଧର୍ମ ଯୁଦ୍ଧ ହେବ ଲଢିବ ତୁମେ

ପାଖରେ ଥିବି ମୁଁ ସଭିଙ୍କ ସାଥେ

ତୋ ଇଚ୍ଛା ରେ ଚାଲେ ସାରା ସଂସାର

ଜାଣେ ମୁଁ କହ୍ନେଇ ନାଟ ତୋହର


ମୂଳ କଥା ଏଠି କଲି ସମାପ୍ତ

ଚନ୍ଦନ ତୁମରି ଚରଣେ ଦାସ

ତୋ ଇଚ୍ଛା ରେ ଚାଲେ ସାରା ସଂସାର

ଜାଣେ ମୁଁ କହ୍ନେଇ ନାଟ ତୋହର ॥...


ଚନ୍ଦନ ମିଶ୍ର




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics