STORYMIRROR

Harihar Bhukta

Classics

4  

Harihar Bhukta

Classics

ଶୀର୍ଷକ- ମୋ ଜଗା

ଶୀର୍ଷକ- ମୋ ଜଗା

1 min
316

     ମାଆ ଡାକୁଛନ୍ତି ଜଗା ଜଗା ବୋଲି 

     ଜଗା ଅଛି ନୀଳାଚଳରେ 

     ନୀଳ କନ୍ଦରରେ ଲୁଚିକି ବସିଛି 

     ଭାଇ ଭଉଣୀ ତା ସାଥୀରେ ।


     କଣ୍ଟ ଦେଇ ଜଗା ଫେରିନି ଗୋପକୁ 

     ମାଆ ବାଟ ଚାହିଁ ବସିଛି 

     କେତେବେଳେ ତାର କାହ୍ନୁ ଆସି ଯିବ 

     ଆଖିକୁ ନିଦ ନ ଆସୁଛି 

     ଖାଁ ଖାଁ ଲାଗେ ସାରା ଗୋପପୁର 

     ଫେରିଆ ମୋ ସୁନା ଧନରେ

     ମାଆ ଡାକୁଛନ୍ତି ଜଗା ଜଗା ବୋଲି 

     ଜଗା ଅଛି ନୀଳାଚଳରେ ।   


    ଜମୁନା ଉଜାଣି ବହୁ ନାହିଁ ଆଉ

    କାହ୍ନୁ ଆସୁନି ତା କୂଳକୁ 

    କୁଞ୍ଜ ସାରା ସଞ୍ଜ ଦୋଳି ଝୁଲୁ ନାହିଁ 

    କେ ବୁଝାଇବ ତା ସଖିକୁ

    ଗୋପ ଆକାଶରେ ଚାନ୍ଦ ଆସୁ ନାହିଁ 

    ଆଶଙ୍କା ମାଆର ମନରେ 

    ମାଆ ଡାକୁଛନ୍ତି ଜଗା ଜଗା ବୋଲି 

    ଜଗା ଅଛି ନୀଳାଚଳରେ ।  


    ମାଉସୀ ମା ପୋଡ ପିଠାରେ ତା ମନ 

    ପାସୋରିଛି ସର ଲବଣୀ 

    ନନ୍ଦ ରାଜା କାନ୍ଧ ନନ୍ଦିଘୋଷେ ରଥ 

    ସଙ୍ଗେ ଛନ୍ତି ଭାଇ ଭଉଣୀ 

    ଷାଠିଏ ପଉଟି ନିଇତି ଖାଉଛି 

    ଶୋଉଛି ରତ୍ନ ପଲଙ୍କରେ

    ମାଆ ଡାକୁଛନ୍ତି ଜଗା ଜଗା ବୋଲି 

    ଜଗା ଅଛି ନୀଳାଚଳରେ ।


    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics