STORYMIRROR

Harihar Bhukta

Children

3  

Harihar Bhukta

Children

ସର୍ବତ୍ର ବିଦ୍ୟମାନ

ସର୍ବତ୍ର ବିଦ୍ୟମାନ

1 min
430

  କି ଦେଇ ପୂଜିବି ଆହେ ମହାବାହୁ 

    ସବୁତ ତୁମରି ଦାନ 

  ଫଳ ପୁଷ୍ପ ଦୁଗ୍ଧ  ପୀୟୁଷ ବାରିଧି

    ତୁମ ଦୟା ଅବଦାନ 

    ଭକ୍ତି ପାଇଁ ଲୋଡା ମନ

  ହେ ବ୍ରହ୍ମାଣ୍ଡ ପତି  ପରମ ଈଶ୍ଵର 

    ମହାବାହୁ ଜନାର୍ଦ୍ଦନ ।


  ପ୍ରାଚୀ ଦିଗ ଭାନୁ ପଶ୍ଚିମରେ ଅସ୍ତ

     ତୁମ ଆଜ୍ଞାକୁ ବହିଣ

  ପ୍ରଦୋଷେ ଶଶାଙ୍କ ଶୀତଳ ପରଷେ

     ହରଇ ସଭିଙ୍କ ମନ

     ଅନିଳ ତୁମରି ଦାନ

  ଜଳ ସ୍ଥଳ ନଭ  ସବୁଜ ବନାନୀ 

     ସବୁ ତୁମ ଅବଦାନ ।


  ନର ପଶୁ ପକ୍ଷୀ  କିନ୍ନର ଦନୁଜ

    ସବୁଠି ତୁମରି ବାସ

  ଗଗନ ପୃଷ୍ଠରୁ  ଅମ୍ବୁ ଝରିଯାଏ

    ହୁଅଇ ନିଶି ଦିବସ

    ସରସୀ ମଧ୍ୟେ ସାରସ

  ସୌନ୍ଦର୍ଯ୍ୟରେ ଭରା ଏ ସାରା ଧରଣୀ

    ସକଳ ପ୍ରାଣୀ ହରଷ ।


  ଭକ୍ତି ପାଇଁ ପ୍ରଭୁ ନଦିଆ ଦ୍ୱୀପରୁ 

   ଚୈତନ୍ୟ ଆସିଲେ ଧାଇଁ 

  ସେଇ ଭକ୍ତି ବଳେ ପବନ ତନୟ 

    ଭୂଧର ଆସିଲେ ନେଇ

    ପୁଷ୍ପ ସମ ଶୈଳ ତହିଁ

 ମାଣିକ ହାତରୁ  ଦହି ପାନ କଲ

    କାଞ୍ଚି ଅଭିଯାନେ ଯାଇ ।


 ଜଗତ ପ୍ରାଣୀଙ୍କ ମଙ୍ଗଳ ପାଇଁ କି

    ପ୍ରଭୁ ଦଶ ଅବତାର

 ଅଧର୍ମ ନାଶିଣ  ଧର୍ମ ରକ୍ଷା କର

    ମେଦିନୀ ଶଙ୍କର ଦୁର

    ପାପ ନାଶ ପ୍ରଭୁ କର

 ଅସତ୍ୟ ଉପରେ ସତ୍ୟର ବିଜୟ

   କର ବ୍ରହ୍ମାଣ୍ଡ ଠାକୁର ।



Rate this content
Log in

Similar oriya poem from Children