ମୁଁ
ମୁଁ
ମୁଁ ଏକ ଶବ୍ଦ ଅହଂକାର ଭରା
ମୁଁ ଏକ ଅହଂଭାବ
ମଣିଷ ଜୀବନ ଧ୍ବଂସ ହୋଇଯାଏ
ତା ସହ ରଖିଲେ ଭାବ ।
ଆପଣା ସ୍ବଜନ ଦୂର ହୋଇଯିବେ
ବନ୍ଧୁ ପ୍ରିୟା ପ୍ରୀତି ଜନ
ସ୍ବର୍ଣ୍ଣ ଲଙ୍କା ଧ୍ବଂସ କୁରୁବଂଶ ଶେଷ
ଦୃଷ୍ଟି ଦେ ପୋଥି ପୁରାଣ
ବାଟିଏ ସମ୍ପତ୍ତି ଥିଲେ କିଶ ଲାଭ
ମିଳେନା ଯଶ ଗୌରବ
ମୁଁ ଏକ ଶବ୍ଦ ଅହଂକାର ଭରା
ମୁଁ ଏକ ଅହଂଭାବ ।
କେଉଁ ମୁଁ ର ତୁ କଥା କହ ବାବୁ
ଦେଖ ମାଟି ମାଆ କୋଳ
କେତେ ମୁଁ ରୂପି ଦାନବର ଅନ୍ତ
ଶୋଇଛନ୍ତି ସେଠି ଖୋଳ
କିଏ ଅଧିପତି କିଏ ବା ନୃପତି
କୋକେଇରେ ସର୍ବେ ଯିବ
ମୁଁ ଏକ ଶବ୍ଦ ଅହଂକାର ଭରା
ମୁଁ ଏକ ଅହଂଭାବ।
ସରଗକୁ ସିଡି ଆଶା ଛାଡ ବାବୁ
ଦୁଇ ଦିନିଆ ଜୀବନ
ମୁଁ ତ୍ୟାଗ କରି ଆମେ କହ ଥରେ
ମିଳିବ ମାନ ସମ୍ମାନ
ପ୍ରଭୁଙ୍କ ନିକଟେ ସମର୍ପଣ ହୁଅ
ମନରେ ଚିନ୍ତା ନଥିବ
ମୁଁ ଏକ ଶବ୍ଦ ଅହଂକାର ଭରା
ମୁଁ ଏକ ଅହଂଭାବ ।
