ପରିବାର
ପରିବାର
ଛୋଟ ମୋର ପରିବାର ଛୋଟ ମୋର ସଂସାର,
ଆନନ୍ଦର ଆଦ୍ୟରାଗ ଅଲକ୍ତକ ସ୍ନେହର ।
ସମ୍ପର୍କର ସେତୁଟିଏ ଆଶାର ଭାର୍ଗବୀ,
ସୁବିମଳ ଅନୁରାଗ ପ୍ରାଣର ଜାହ୍ନବୀ ।
ଆଦର୍ଶର ଆଲୋକିତ କୁହୁକ କାକଳୀ,
ପ୍ରଣବ ଓଁକାର ଧ୍ୱନୀ ଅମ୍ଳାନ ସରଣୀ ।
କଳ୍ପନାର ଚଉହଦି ଆନନ୍ଦବାଟିକା,
ଅନୁବନ୍ଧନ ଚିତ୍ରଶାଳା ଅମୃତ ଘଟିକା ।
ହୃଦୟର ସମାସକ୍ତା ଜୀବନର ତର୍ପଣ,
ଦୁଃଖ ଶୋକ, ସୁଖ ସ୍ବପ୍ନ ସନ୍ତୋଷର ଦର୍ପଣ ।
ଚର୍ଯ୍ୟାମୟ ବିହ୍ଵଳିତ ଆପଣା ପଣର,
ଅନନ୍ୟ ପ୍ରବାହମାନ ଆତ୍ମୀୟବୀଣାର ।
ଜାଗତିକ ମାୟାମଗ୍ନ ପ୍ରୀତିରାଗ ପ୍ରସୂନ
କୋରକିତ ମମତାର ସ୍ରୋତସ୍ୱିନୀ ଜୀବନ ।
କଳକଳ ବହିଯାଏ ସ୍ୱଚ୍ଛ ସ୍ବରଲିପି,
ଲୁହ ଲହୁ ହସ ମିଶା ପ୍ରାଣ ପ୍ରତିଛବି ।
ପରିବାର ସମର୍ପିତ କର୍ତ୍ତବ୍ୟ ଯଜ୍ଞରେ,
ସଂକଳ୍ପର ମହାମନ୍ତ୍ର ଆହୁତି ତ୍ୟାଗରେ ।
ଜନ୍ମ ଠାରୁ ମୃତ୍ୟୁ ଯାଏଁ ପରିବାର ସାଥିରେ,
ତୁଳୀ ଧରି କାନଭାସେ କେତେ ଛବି ଆଙ୍କେରେ ।
