STORYMIRROR

ଅମିତ୍ କୁମାର ସେଠୀ

Classics Others

4  

ଅମିତ୍ କୁମାର ସେଠୀ

Classics Others

ବସିଛି ଏକ ବଣି

ବସିଛି ଏକ ବଣି

1 min
233


ଦେଖୁଲି ମହୁଲ ଡାଳେ ବସିଛି ଏକ ବଣି,


ଝଡ଼ୁଛି ଯେତେ ମହୁଲ ଫୁଲ ହିସାବ କରେ ଗଣି ।


ଡାକିଲା ଗଜ କିଆଁଲୋ ବଣି ଘଷୁଛୁ ଥଣ୍ଟ ଡାଳେ? 


ଆ' ମୋ' ପାଶେ ଖାଇବୁ ଯେବେ ମିଠା ପିଜୁଳି ଫାଳେ ।


ସୁନାର ଏକ ପଞ୍ଜୁରି ଗଢ଼ି ଆଣିବେ ବାପା ମୋର,


ମାଆଠୁ ମାଗି ଦେବିଲୋ ତୋତେ କଦଳୀ, ଛେନା, ସର ।


ସୁନା ଗିନାରେ ଦେବି ମୁଁ ପାଣି ରୂପା ଥାଳିରେ ଭାତ,


ବୁଲାଇ ନେବି ମେଳାକୁ ତୋତେ ଦେଖୁ କେତେ ଯାତ ।


କହିଲା ବଣି ରଜୁ ଭାଇନା, କହିଲ ସତ ଏକା,


ମନରେ ତୁମ ଶରଧା ଥାଉ ନିଇତି ହେବ ଦେଖା ।


ଗଛରୁ ଗଛ ଉଡ଼ି ଉଡ଼ିକା ପାଉଛି କେତେ ସୁଖ, 


ଆକାଶେ ଥାଇ ଦେଖ୍ ମୁହିଁ ଜହ୍ନମାମୁଁର ମୁଖ ।


ବୁଲୁଛି ଖାଇ ବଣର ଫଳ କେତେ ଯେ ମିଠା କୋଳି ଗଛର


ଡାଳେ ପବନ ତାଳେ ଖେଳଇ ମୁହିଁ ଦୋଳି ।


ମନ ଆନନ୍ଦେ ଉଡ଼ି ବୁଲଇ ଖୁସିରେ ଗାଏ ଗୀତ, 


ନ ମାନେ ଝଡ଼ି, ବରଷା ଖର ନ ମାନେ ପୁଣି ଶୀତ ।


ରଜୁ ଭାଇନା ସୁନା ପଞ୍ଜୁରି ଦେବକି ସେଇ ସୁଖ,


ପର ଅଧୀନ ବନ୍ଦୀ ଜୀବନ ଅଟଇ ବଡ ପଃଖ ।


ରଜୁ ଭାଇନା ସୁନା ପଞ୍ଜୁରି ଦେବକି ସେଇ ସୁଖ, 


ପର ଅଧୀନ ବନ୍ଦୀ ଜୀବନ ଅଟଇ ବଡ଼ ଦୁଃଖ ।


ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରି ରୂପା ଥାଳିର ଭାତ, 


ଗଛର ଡାଳ ସରଗ ମୋର ବଣ ପରା ମୋ' ମିତ ।


ରଜୁ ଭାଇନା ମନରେ ଥିଲା ଦୁଃଖ ରହିଲା ‌,


ମନେ ପଡେ ଯାହାକି ବଣି ର ସ୍ମୃତି ଗୁଡିକ।।



Rate this content
Log in

Similar oriya poem from Classics