STORYMIRROR

ଅମିତ୍ କୁମାର ସେଠୀ

Others

3  

ଅମିତ୍ କୁମାର ସେଠୀ

Others

ଏଇ ଦେଶ ଏଇ ମାଟି

ଏଇ ଦେଶ ଏଇ ମାଟି

1 min
6

ମୋ ଦେଶ ମୋ ମାଟି

ମୋରି ମାଆ

ଭାରତ ମାତା 

ତାଆ ନାମ ଜପି ଭୁଲେ

ଦୁନିଆଁ ତା ପାଣି

ପବନ ତା

ପରିବେଶ ଦେହେ

ଭରେ ମୋର ଅସୀମ

ଉଲ୍ଲାସ ତା ଶାଢ଼ୀ ପଣତ

ସେ ସବୁଜ ବନ ଦେଖ୍

ଶାନ୍ତି ଲଭେ ମୋର ଏଇ ମନ।

ମୁକୁଟ ସଦୃଶ ଉଚ୍ଚ ପରବତ,

ବଉଦ ମାଳା ଯେ ମସ୍ତକେ ସଜ୍ଜିତ।

ପାଦ ପ୍ରକ୍ଷାଳନେ ବିଶାଳ ସମୁଦ୍ର,

ସ୍ବର୍ଣ୍ଣ ରେଣୁ ଭରେ

ତନୁରେ ଯେ ରୁଦ୍ର।

ସବୁଜିମା ବସ୍ତୁ ଶରୀରେ ତାହାର,

କୃଷକ ନିର୍ମିତ ଦିବ୍ୟ ଉପହାର।

ପଶୁ ପକ୍ଷୀଙ୍କର ମଧୁର କାକଳି,

ପ୍ରିୟ ଜନେ ଏଠି ହୁଅନ୍ତି କୋଳାକୋଳି।

ସୃଷ୍ଟିକର୍ତ୍ତାଙ୍କର ନିତ୍ୟ ଆତଯାତ,

ଏଇମୋର ମା ଏଇ ତା ମହତ ।

ଏଇ ଦେଶ ଏଇ ମାଟି

ଆମ ସମସ୍ତଙ୍କର ଜନମ 

ଏଇ ମାଟିରେ

ଆମ ସମସ୍ତଙ୍କର ଜନମ

ଆମେ ସମସ୍ତେ ଭାରତ ମାତାର 

ଅମୂଲ୍ୟ ସନ୍ତାନ ଆମେ ।



Rate this content
Log in