STORYMIRROR

ଅମିତ୍ କୁମାର ସେଠୀ

Others

3  

ଅମିତ୍ କୁମାର ସେଠୀ

Others

ଏଇ ଦେଶ ଏଇ ମାଟି

ଏଇ ଦେଶ ଏଇ ମାଟି

1 min
13

ମୋ ଦେଶ ମୋ ମାଟି

ମୋରି ମାଆ

ଭାରତ ମାତା 

ତାଆ ନାମ ଜପି ଭୁଲେ

ଦୁନିଆଁ ତା ପାଣି

ପବନ ତା

ପରିବେଶ ଦେହେ

ଭରେ ମୋର ଅସୀମ

ଉଲ୍ଲାସ ତା ଶାଢ଼ୀ ପଣତ

ସେ ସବୁଜ ବନ ଦେଖ୍

ଶାନ୍ତି ଲଭେ ମୋର ଏଇ ମନ।

ମୁକୁଟ ସଦୃଶ ଉଚ୍ଚ ପରବତ,

ବଉଦ ମାଳା ଯେ ମସ୍ତକେ ସଜ୍ଜିତ।

ପାଦ ପ୍ରକ୍ଷାଳନେ ବିଶାଳ ସମୁଦ୍ର,

ସ୍ବର୍ଣ୍ଣ ରେଣୁ ଭରେ

ତନୁରେ ଯେ ରୁଦ୍ର।

ସବୁଜିମା ବସ୍ତୁ ଶରୀରେ ତାହାର,

କୃଷକ ନିର୍ମିତ ଦିବ୍ୟ ଉପହାର।

ପଶୁ ପକ୍ଷୀଙ୍କର ମଧୁର କାକଳି,

ପ୍ରିୟ ଜନେ ଏଠି ହୁଅନ୍ତି କୋଳାକୋଳି।

ସୃଷ୍ଟିକର୍ତ୍ତାଙ୍କର ନିତ୍ୟ ଆତଯାତ,

ଏଇମୋର ମା ଏଇ ତା ମହତ ।

ଏଇ ଦେଶ ଏଇ ମାଟି

ଆମ ସମସ୍ତଙ୍କର ଜନମ 

ଏଇ ମାଟିରେ

ଆମ ସମସ୍ତଙ୍କର ଜନମ

ଆମେ ସମସ୍ତେ ଭାରତ ମାତାର 

ଅମୂଲ୍ୟ ସନ୍ତାନ ଆମେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍