Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅମିତ୍ କୁମାର ସେଠୀ

Others

4  

ଅମିତ୍ କୁମାର ସେଠୀ

Others

ମୁଁ କିଛି ତୁମକୁ ଲୁଚାଇବିନି

ମୁଁ କିଛି ତୁମକୁ ଲୁଚାଇବିନି

1 min
7


ମୁଁ କିଛି ଲୁଚାଇବିନି ତୁମକୁ

ମୁଁ କିଛି ଲୁଚାଇବିନି ତୁମକୁ । 

ମୋର ପ୍ରେମରେ ମଧୁର ଯନ୍ତ୍ରଣା, 

ଅସୀମିତ ପ୍ରତୀକ୍ଷା, 

ସ୍ମୃତିର ଶୂନ୍ୟତା ସବୁକିଛି 

ବାଣ୍ଟିବି ତୁମ ସହ । 

ତଥାପି ପ୍ରେମରେ 

ସବୁ କିଛି ସରିଲା ପରେ 

ବି ଯଦି କିଛି ବାକି ରହିଯାଏ 

ତାକୁ କହି ହାଲୁକା 

ହୋଇଯିବି ତୁମ ଆଗରେ। 

ମୋ ମନକୁ ବୁଝା ବେଳା , 

ମୋ ନିଃସଙ୍ଗ, 

ଏକାକୀ ସମୟର କଥା ସବୁକିଛି ତ

କହିବି ଯେତେ ସମୟ ଲାଗୁ ପଛେ । 

ସେତେ ସବୁ ନୀରବତା, 

ଲୋଡ଼ା ଅଲୋଡ଼ା, 

ମନଛୁଆଁ ପ୍ରେମବାର୍ତ୍ତା, 

ସୁଖ ଦୁଃଖ, 

ମୁଁ ତମକୁ ନପଚାରି କରିଥିବା 

ଅନେକ ଅଭିମାନ ଭରା କାମ, 

ମୋ ପାପ, ପୁଣ୍ୟ ସବୁକିଛି 

କହି ସାରିଲା ପରେ ନିଜକୁ 

ଏକାନ୍ତ ଭାବେ ଅନନ୍ତ କରିଦେବି । 

ପ୍ରେମର ଗଭୀରତାରେ ନିର୍ବାଣ 

ଅଭିମୁଖେ ଯାତ୍ରା କରିବି ।


Rate this content
Log in