ଯେବେ ବର୍ଷା ଆସେ
ଯେବେ ବର୍ଷା ଆସେ
ଯେବେ ବର୍ଷା ଆସେ
ବର୍ଷା ଆସେ
ଝରକା ଏବଂ ଛାତ ଉପରେ
ବର୍ଷା ପାଣିର ଟୁପ୍ ଟାପ୍
ଲୟବଦ୍ଧ ଶବ୍ଦ ଏକ ସୁଖଦାୟକ
ଧ୍ୱନି ସୃଷ୍ଟି କରେ
ଯାହା ଉଭୟ ଆନନ୍ଦ
ଯେବେ ବର୍ଷା ଆସେ
ଗୁମ୍ ମାରି ବସାରେ
ବସି ରହେ ଲୋଟଣୀ ପାରା
ଯେବେ ବର୍ଷା ଆସେ
ସେଇ ଗଛ ଆଉ
ମୋ ଭିତରେ ନଥାଏ
କିଛି ଫରକ୍ ଦୁହେଁ
ଯେବେ ବର୍ଷା ଆସେ
ଗାଁ ଦାଣ୍ଡରେ ଗୋଳିଆ
ଅଳିଆ ପାଣିରେ
ଡଙ୍ଗାଟିଏ ଭସାଇ ଦେଉଥିବା
ପିଲା ଏବେ ବଡ଼ ହୋଇ
ଟଳମଳ ଜୀବନ ଡଙ୍ଗା ସଜାଡ଼ୁ ଥାଏ
ଯେବେ ବର୍ଷା ଆସେ
ଦିନ ମଜୁରିଆ ଛାତିଭିତରେ
ଟପ୍ ଟପ୍ ହୋଇ
ପୀଡ଼ାର ବର୍ଷା ଟୋପା ଅଣାୟତ୍ତ କରେ ।
ଯେବେ ବର୍ଷା ଆସେ
ଅନ୍ଧାର ଘରେ
ଲଣ୍ଠନ ଆଲୁଅରେ
ଭବିଷ୍ୟତ ପଢ଼ୁଥାଏ
କୁନି ପିଲାଟିଏ
ଯେବେ ବର୍ଷା ଆସେ
କେହି କେହି ରେନକୋର୍ଟ
ଖୋଜୁଥିବା ବେଳେ
କେହି କେହି ଭିଜୁଥାନ୍ତୁ
ନିର୍ଦ୍ଦୁମ ବର୍ଷାରେ ।
ବର୍ଷା ଆସିଲେ ବଢ଼ୁଥିବା
ନଦୀକୁ ଦେଖି ଡରୁଥାଏ କିଏ
ତ ଆଷାଢ଼ ବାଦଲ ବିହୀନ
ଆକାଶକୁ ଦେଖି ଚିନ୍ତିତ ଥାଏ କିଏ ।
ହେ ବନ୍ଧୁ!
