STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ଶୀତୁଆ ସଞ୍ଜ

ଶୀତୁଆ ସଞ୍ଜ

1 min
376


ଅମାନିଆ ଶୀତ ଆସେ ଧୀରେ ସେତ 

   ଖାତିରି ନକରି ତାପ

ସୂର୍ଯ୍ୟାସ୍ତ ପୂର୍ବରୁ  ଶୀତେ ଆମେ ଥରୁ

   ମଳିନ ଆଦିତ୍ୟ କୋପ ll


ସଞ୍ଜ ଆସେ ଧାଇଁ  ରାତି ସରେ ନାହିଁ

    ଉତ୍ତରା ପବନ ବହେ

କାକର କୁହୁଡି  ସାଥିରେ ଆଣିକି

     ଥଣ୍ଡାକୁ ଧରଣୀ ସହେ ll


ନୀଳିମା ଆକାଶ ଧବଳେ ପ୍ରକାଶ

    ନଭରୁ ଝରେ ଶିଶିର

ପିନ୍ଧି ଶୁଭ୍ର ବସ୍ତ୍ର  ସଞ୍ଜ ଉପଗତ

     ହସ ଶଶି ମନୋହର  ll


କୋହଲା ପବନ  କାଲୁଆ କରଇ

     ଦେହ ହାତ ଯାଏ ଶୁଖି

ଜଳକୁ ଛୁଇଁଲେ  ଶରୀର କମ୍ପଇ

    ମଳି ଦେହେ ଯାଏ ଲାଖି ll


ଆଗୁଆ ଶୁଭଇ  ସ୍ୱର ଶଙ୍ଖ ଧ୍ୱନି

    ଘଣ୍ଟ ସଞ୍ଜେ ଦେବାଳୟେ

ଶୀଘ୍ର କର୍ମ ସାରି  ବିହଙ୍ଗ ଫେରଇ

     ଶ୍ରମିକ ଫେରେ ନୀଳୟେ ll


ବୃଦ୍ଧ ବୃଦ୍ଧା ନର  ଥଣ୍ଡାରେ ଆତୁର 

     ନିଆଁ ପୁଆଁନ୍ତି ସଞ୍ଜରେ

 ଶୁଖିଲା ଖାଦ୍ୟର  କରନ୍ତି ଆଦର

      ସହି ଶୀତକୁ କଷ୍ଟରେ ll


ସଞ୍ଜରେ ଦାଣ୍ଡରେ ଖେଳନ୍ତି ପିଲାଏ

    କବାଡି କ୍ରିକେଟ୍ ଖେଳ

ଡ଼େଇଁକି ନାଚିକି ଶୀତକୁ ଛଡ଼ାନ୍ତି

     ବୁହାଇ ଦେହରୁ ଝାଳ ll


ବାଦାମ ବୁଟକୁ  ପାଟିରେ ପକାଇ

    ଖାଆନ୍ତି ଉଷୁମ ଭଜା 

ପଶମ ପୋଷାକେ ଶରୀର ଢାଙ୍କିକି

     ସଞ୍ଜରେ ନିଅନ୍ତି ମଜା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics